ଜୀବନ
ଜୀବନ
1 min
363
ଜୀବନ କେବେ
ଗୋଲାପର ଶେଯ ତ
କେବେ ତତଲାବାଲିର
କଣ୍ଟକିତ ଚଲାପଥ ।
ମିଠା ମିଠା ସପନେ
ରଙ୍ଗମୟ ଦୁନିଆରେ
ଖୋଜିବୁଲେ ନିଜକୁ
ହେଇ କ୍ଷତବିକ୍ଷତ ।
ଜୀବନ
ଶ୍ରାବଣର ଉଛୁଳା ନଈ
ବସନ୍ତର ମହକିତବନ
ଆଉ ଶରତ ସନ୍ଧ୍ୟାର
ଫୁଲେଇ ରୂପା ଜହ୍ନ ।
ଏ ଜୀବନ
କୁହୁଡିର ପ୍ରହେଳିକା
ପ୍ରେମ ଗୀତି ଗାଇ
ଧାଏଁ ପଥେ ପଥେ
ଖୋଜି ନିଜ ପଦ ଚିହ୍ନ ।
