STORYMIRROR

Dhiren Bag

Others

4  

Dhiren Bag

Others

ଛଳନାମୟୀ

ଛଳନାମୟୀ

1 min
337


ଝରକା ପାଶେ ବସି ଦେଖୁଛି

ତୁମେ ଖୁବ୍ ନାଚୁଛ

ମୋ ଘର ଆଗଣାରେ 

ଅମାନିଆ ପବନର ତାଳେ ।


ତୁମ ରୁମ୍ ଝୁମ ଗର୍ଜିତ ଶବ୍ଦେ

ହୃଦୟର ସ୍ପନ୍ଦନ ବଢିଯାଏ

ଧମନୀରେ ପ୍ରବାହିତ ରକ୍ତ ସବୁ

ଖିପ୍ର ଗତିରେ ପ୍ରବାହିତ ହୁଅନ୍ତି ।


କେଜାଣି କାହିଁକି 

ଅନେକ ପ୍ରଶ୍ନ ଉଙ୍କି ମାରନ୍ତି

ଭୟ ଲାଗେ ଦିନର ଆଲୁଅ

ଆପଣା ଲାଗେ ନିସ୍ତବ୍ଧ ଅନ୍ଧାର ।


ତମେ ଛଳନାମୟୀ

ଠିକ୍ ମୋ ପ୍ରେମିକା ପରି

ଅସମୟେ ଆସି ଯାତନା ଦେଇ

ଚାଲିଯାଅ ଏକା ଖୁବ୍ ଦୂରକୁ ।


ତମ ହୃଦୟ ଅଛି କି ନା ଜାଣିନି 

ଛାଇ ଆଲୁଅର ଲୁଚକାଳି ଖେଳି

ସ୍ମୃତିର ସବୁ ସପନ ଭାଙ୍ଗି

ଧୋକା ଦେଇ ଚାଲିଯାଅ ଦୂରକୁ

ଆଖିରେ ଅବିଶ୍ରାନ୍ତ ଲୁହଦେଇ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍