ଛଳନାମୟୀ
ଛଳନାମୟୀ
1 min
336
ଝରକା ପାଶେ ବସି ଦେଖୁଛି
ତୁମେ ଖୁବ୍ ନାଚୁଛ
ମୋ ଘର ଆଗଣାରେ
ଅମାନିଆ ପବନର ତାଳେ ।
ତୁମ ରୁମ୍ ଝୁମ ଗର୍ଜିତ ଶବ୍ଦେ
ହୃଦୟର ସ୍ପନ୍ଦନ ବଢିଯାଏ
ଧମନୀରେ ପ୍ରବାହିତ ରକ୍ତ ସବୁ
ଖିପ୍ର ଗତିରେ ପ୍ରବାହିତ ହୁଅନ୍ତି ।
କେଜାଣି କାହିଁକି
ଅନେକ ପ୍ରଶ୍ନ ଉଙ୍କି ମାରନ୍ତି
ଭୟ ଲାଗେ ଦିନର ଆଲୁଅ
ଆପଣା ଲାଗେ ନିସ୍ତବ୍ଧ ଅନ୍ଧାର ।
ତମେ ଛଳନାମୟୀ
ଠିକ୍ ମୋ ପ୍ରେମିକା ପରି
ଅସମୟେ ଆସି ଯାତନା ଦେଇ
ଚାଲିଯାଅ ଏକା ଖୁବ୍ ଦୂରକୁ ।
ତମ ହୃଦୟ ଅଛି କି ନା ଜାଣିନି
ଛାଇ ଆଲୁଅର ଲୁଚକାଳି ଖେଳି
ସ୍ମୃତିର ସବୁ ସପନ ଭାଙ୍ଗି
ଧୋକା ଦେଇ ଚାଲିଯାଅ ଦୂରକୁ
ଆଖିରେ ଅବିଶ୍ରାନ୍ତ ଲୁହଦେଇ।।