STORYMIRROR

Shiba Charan Mahapatra

Tragedy

3  

Shiba Charan Mahapatra

Tragedy

ନିଜେ ପଢେ ନିଜ ଚିଠି

ନିଜେ ପଢେ ନିଜ ଚିଠି

1 min
343


ତୁମେ ଗଲାପରେ ଫଗୁ ଅବିରରେ 

ବିରହ ଯାତନା ତାତି

ବେଦନା ବିକ୍ଷିପ୍ତ ଶବ୍ଦ ଚାହୁଁଛନ୍ତି

ଏକାନ୍ତରେ ଟିକେ ପ୍ରିତି..!


ନନ୍ଦିନୀ ଗୋ ଆଜି ବନ୍ଦିନୀ ମୋ ଶବ୍ଦ 

ତୁମ ପ୍ରିତି ବନଫୁଲେ

ପାଗଳ ପ୍ରେମିକ ଭ୍ରମର ସାଜି ମୁଁ

ଶବ୍ଦ କିଛି ଖୋଜି ବୁଲେ..!


ଅଭିମାନୀ ଶବ୍ଦ ମୋ ଆଙ୍ଗୁଠି ଧରି

ଖେଳୁଥିଲେ ଲୁଚକାଳି 

ବାଦଲ ଉହାଡେ ଲୁଚି ଲୁଚି ଜହ୍ନ 

ଲାଜରେ ଯାଏ ଝାଉଁଳି..!


ଭଦୁଅ ପୁନେଇଁ ଜଳୁଥାଏ ସେଠି

ହୃଦୟ ଖୋଜେ ପରଷ

ବେପଥୁ ଶୁଭେ କା' ମଧୂର ରାଗିଣୀ 

ପରାଣ ତେଜେ ଆୟୁଷ..!


(ଏବେ)ବିନା ବାରତାରେ ସେ ଚିଠି ଛାତିରେ 

ଭରିଦେଲି ଚଇତାଳି 

ଫୁଲେଇ ଫୁଲଠୁ ଚୋରି କରି ବାସ

ଅନ୍ତରେ ଦେଇଛି ଢାଳି..!


ଝରିଯାଉ ଯେତେ ପ୍ରିତି ଚନ୍ଦ୍ରମଲ୍ଲୀ

ପ୍ରେମ ପତ୍ରେ ମଧୂ ରାଶି 

ମଳୟ ପବନ ଛୁଉଁ ଚିଠି ତନୁ 

ଦେବାକୁ ଟିକେ ଆଉଁସି..!


ମୁଦା ଲଫାପାରୁ ଭାସି ଉଠୁ ସବୁ

ମଲ୍ଲୀ ଗଜରା ସୁବାସ 

ଆଖି ନଈ ଧାରେ ବେଢିଥାଉ ମୋର

ଅସରନ୍ତି ପ୍ରିତି ଶୋଷ..!


ନୟନ ଖୋଜିଲା ତା' ଫେରନ୍ତା ଚିଠି 

ପ୍ରେୟସୀ ତନ୍ଦ୍ରା କିଶୋରୀ 

ଶତ ଶ୍ରାବଣର ଲୁହରେ ଗାଧୋଇ 

ପାରିନି ଯା' କୁ ପାଶୋରୀ..! 


ହୃଦୟ ଭାବନା ଖୋଲିଦେଇ ଦେଖେ

ଇଏ କି ସେ ପ୍ରେମ ଚିଠି

ଯେଉଁ ଚିଠି ପାଇଁ ଆକାଶ ଆଖିରେ

ଚେଇଁଥିଲି ସାରା ରାତି..!


ଠିକଣା ବିହୀନ ପ୍ରେମ ପତ୍ର ଯେବେ

ଆସିଲା ସଞ୍ଜେ ଲେଉଟି

ବିଜନ ବେଳାରେ ମନକୁ ବୁଝେଇ 

ନିଜେ ପଢେ ନିଜ ଚିଠି..!

ଆଜି ନିଜେ ପଢେ ନିଜ ଚିଠି..!



Rate this content
Log in

Similar oriya poem from Tragedy