ନିଜ ଠାରୁ ବେଶି ପାଉଛି ଭଲ
ନିଜ ଠାରୁ ବେଶି ପାଉଛି ଭଲ


ନିଜ ଠାରୁ ବେଶି ପାଉଛି ଭଲ
ସିଏ ମୋ ପ୍ରିୟାର ଆଦର ଗେଲ
.........ନିଜ ଠାରୁ ବେଶି ପାଉଛି ଭଲ ! ୦ !
ମଉନ ରହିଲେ ପାଖକୁ ଆସେ
କଅଁଳ କଥାରେ ବଢ଼ିଆ ହସେ
ରୂପ ବଗିଚାର ଗୋଲାପ ଫୁଲ
.........ନିଜ ଠାରୁ ବେଶି ପାଉଛି ଭଲ ! ୧ !
ମନ ଆଇନାର ସୁନ୍ଦରୀ ଛବି
ତା' ପାଇଁ ହେଉଛି ପ୍ରେମିକ କବି
ସୁନାଠୁ ହୀରାଠୁ ଅଧିକ ମୂଲ
.........ନିଜ ଠାରୁ ବେଶି ପାଉଛି ଭଲ ! ୨ !
ହାତ ପାଆନ୍ତାର ସୁଖର ଆଶା
ଜମା ଭୁଲିବନି ଦୁଃଖର ଭାଷା
ମନ ବୁଝିବାକୁ ଚୁମ୍ବନ ଗାଲ
.........ନିଜ ଠାରୁ ବେଶି ପାଉଛି ଭଲ ! ୩ !