STORYMIRROR

Rabindra Kumar Shasamalla

Tragedy Others

4  

Rabindra Kumar Shasamalla

Tragedy Others

ନିଇତି ଦୁଃଖକୁ ଭୋଗୁଛି ଯିଏ

ନିଇତି ଦୁଃଖକୁ ଭୋଗୁଛି ଯିଏ

1 min
388


ନିଇତି ଦୁଃଖକୁ ଭୋଗୁଛି ଯିଏ

ସୁଖ କଥା କ'ଣ କହିବ ସିଏ ।।


ଦୁଃଖେ ଥାଇ ମଧ୍ୟ ସୁଖ ବଖାଣେ 

ଜାଣିବ ସେ କଳାକାର ହିଁ ଜଣେ ।।


ଦୁଃଖର ଦରଜ ଦୁଃଖୀକୁ ଜଣା 

ସୁଖୀ କି ବୁଝିବ ଦୁଃଖ ଭରଣା ।।


ଦୁଃଖ ଦେହ ଘଷା ହେଲାଣି ବୋଲି 

ଦୁଃଖୀ କୁହେ ନାହିଁ ତା'ଦୁଃଖ ଖୋଲି ।।


ଦୁଃଖୀ ପାଇଁ ଦୁଃଖ ବୃତ୍ତ ଆକାର

ସୁଖ ଆସିବାକୁ ନାହିଁ ଦୁଆର ।।


ଦୁଃଖର ପରିଧି ଭିତରେ ରହି 

ଦୁଃଖୀ ଚାଲୁଥାଏ ଦୁଃଖକୁ ବୋହି ।।


ଦୁଃଖକୁ ଆଦରି ଚଳୁଛି ବୋଲି 

ଆଖିର ଲୁହ ସେ ଗଲାଣି ଭୁଲି ।।


ମିଥ୍ୟା ପ୍ରତିଶ୍ରୁତି ଅନେକ ମିଳେ 

ଦୁଃଖୀ ଦୁଃଖ ଅବା କିଏ ଯେ ଟାଳେ ।।


ଦୁଃଖର ବେଦନା ଯଦି ବୁଝନା 

ଦୁଃଖୀ ସାଥେ କର ନାହିଁ ଛଳନା ।।


   


Rate this content
Log in

Similar oriya poem from Tragedy