STORYMIRROR

Madhusmita Gaikwad

Drama Romance Inspirational

3  

Madhusmita Gaikwad

Drama Romance Inspirational

ନୀରବତା କହେ କିଛି

ନୀରବତା କହେ କିଛି

1 min
198

ମୁଁ ସୁନ୍ଦର ନୂହେଁ

ନା ତୁମେ 

ପ୍ରକୃତିର ଆକାର

କ୍ଷଣିକ ପାଇଁ

ମୃଣ୍ମୟୀ ପ୍ରତିମା 

ଯାହା ମୃତ୍ଯୁ ରେ ନଥିବ

ରହିଥିବ ତୁମର ବ୍ୟାକୁଳତା

ଆଉ ମୋର ଶାନ୍ତତା 

ଲୋପ ପାଇଯିବ 

ସେଇ ସୁନ୍ଦର ମୁଖ ମଣ୍ଡଳର

ଚିତ୍ତ ହାସ୍ୟ

ଆଉ ତୁମ ସହ ଛଳନାର

ବିସ୍ମୟ ମୁହୂର୍ତ୍ତ ସମୁହ 

କହିବନି କେବେ ଶବ୍ଦ

ତୁମ ମୁହଁର ସ୍ପର୍ଶ ରେ 

କାଳେ ହୋଇଯିବ 

ଖରାପ ସେଇ ଚିହ୍ନା ମୁହଁ 

ମଥାନତ କର 

ଆସ୍ପର୍ଦ୍ଧା ର ପ୍ରତିବିମ୍ବ 

ତମର ସେଇ ନିରବତାର 

ପରିପୂରକ ଚିନ୍ତାରେ 

ତୁମ ପାଇଁ ସବୁବେଳେ 

ସୁନ୍ଦର ହେଉଛି 

ମୋର କବିତାର 

ଏଇ କିଛି ଧାଡ଼ି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama