ନୀରବତା କହେ କିଛି
ନୀରବତା କହେ କିଛି
ମୁଁ ସୁନ୍ଦର ନୂହେଁ
ନା ତୁମେ
ପ୍ରକୃତିର ଆକାର
କ୍ଷଣିକ ପାଇଁ
ମୃଣ୍ମୟୀ ପ୍ରତିମା
ଯାହା ମୃତ୍ଯୁ ରେ ନଥିବ
ରହିଥିବ ତୁମର ବ୍ୟାକୁଳତା
ଆଉ ମୋର ଶାନ୍ତତା
ଲୋପ ପାଇଯିବ
ସେଇ ସୁନ୍ଦର ମୁଖ ମଣ୍ଡଳର
ଚିତ୍ତ ହାସ୍ୟ
ଆଉ ତୁମ ସହ ଛଳନାର
ବିସ୍ମୟ ମୁହୂର୍ତ୍ତ ସମୁହ
କହିବନି କେବେ ଶବ୍ଦ
ତୁମ ମୁହଁର ସ୍ପର୍ଶ ରେ
କାଳେ ହୋଇଯିବ
ଖରାପ ସେଇ ଚିହ୍ନା ମୁହଁ
ମଥାନତ କର
ଆସ୍ପର୍ଦ୍ଧା ର ପ୍ରତିବିମ୍ବ
ତମର ସେଇ ନିରବତାର
ପରିପୂରକ ଚିନ୍ତାରେ
ତୁମ ପାଇଁ ସବୁବେଳେ
ସୁନ୍ଦର ହେଉଛି
ମୋର କବିତାର
ଏଇ କିଛି ଧାଡ଼ି

