Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amita Rath

Tragedy

3  

Amita Rath

Tragedy

ନୀରବ ଝଡ଼

ନୀରବ ଝଡ଼

1 min
206


ସନ୍ତାପିତ ହୃଦୟ ର ଅବ୍ୟକ୍ତ ବେଦନା,

ଓ କୋହକୁ ଅନ୍ତରରୁ କାଢ଼ି ଫିଙ୍ଗି ଦେବାର ସବୁ 

ଅକ୍ଷମତା ରୁ ହିଁ ଅନ୍ତର ରେ ସ୍ରୃଷ୍ଟି ହୁଏ ଝଡ଼।

ଯେଉଁଠି ମନ ସହ ମନର ଅମେଳ ହୁଏ,

ପରିସ୍ଥିତି ର ଆହ୍ୱାନ ଓ ବିଧାତାର ବିଡ଼ମ୍ବନାରେ

ଯେଉଁଠି ଚାପି ହୋଇ ପଡ଼େ ମନୁଷ୍ୟ,

ସେଇଠି ସ୍ରୃଷ୍ଟି ହୁଏ ଅନ୍ତର୍ଦହନ !

ଅନ୍ତର ର ଦହନ ଓ ହୃଦୟ ର ଜ୍ଵାଳା କୁ

ନା ପିଇ ହୁଏ ନା ଫିଙ୍ଗି ହୁଏ।

ପ୍ରଭଞ୍ଜନ ର ପ୍ରବାହରେ ଜର୍ଜରିତ ହୃଦୟ ର,

ସେଇ ଦୁର୍ନିବାର ଅନୁଭବ କୁ ହିଁ କୁହାଯାଏ ଅନ୍ତର୍ଦାହ।

ଯାହାର ବିଷାକ୍ତ ଦଂଶନ ରେ ବାରମ୍ବାର

ହୃଦୟ ହେଉଥାଏ କ୍ଷତାକ୍ତ , ରକ୍ତାକ୍ତ

ଅଥଚ, ସବୁ କିଛି ଲାଗୁଥାଏ ଠିକ୍ ଠାକ୍ !

କିଂ କର୍ତ୍ତବ୍ୟ ବିମୂଢ଼ ମନୁଷ୍ୟ,

ଏ ଅସହାୟତା କୁ ନା ସହି ପାରେ ନା ବୋହି ପାରେ !

ଅସହ୍ୟ ଏ ମୁହୂର୍ତ୍ତ, 

ନିଃଶବ୍ଦ ରେ ସବୁ ଗରଳ ଢୋକି ନେବା ଛଡ଼ା

ଅନ୍ୟ କିଛି ଉପାୟ ହିଁ ଯେତେବେଳେ ନଥାଏ।



Rate this content
Log in

Similar oriya poem from Tragedy