STORYMIRROR

Sanjya Tripathy

Classics

3  

Sanjya Tripathy

Classics

ନୀଳକଣ୍ଠ

ନୀଳକଣ୍ଠ

1 min
231


ଲୋଡା ନାଇଁ କାମନା, ଲୋଡୁ ଅହି ଦୁଃଖ

ମୋ ଠାରୁ ଫେରାଇ ନିଅ ସର୍ବ ସୁଖ

ଏ ସସାଗରା ଧରାର ଅସରନ୍ତି କଷଣ

ଦାରିଦ୍ର୍ୟ ଜର୍ଜରିତି ବୁଭୁକ୍ଷୁ ଜନତାର ଅସୀମ ପ୍ରପୀଡନ

କୁ ସଂସ୍କାର ଗ୍ରସ୍ତ ମାନସିକତାର ଏକ ସୁଦୃଢ଼ ଆଚରଣ

ଏ ସମସ୍ତ ପ୍ରତିବନ୍ଧକକୁ ଆଡେଇ ନିଅ

ମୋ ଠାରୁ ସର୍ବ ସୁଖ ଫେରାଇ ନିଅ

ଆତଙ୍କ ଓ ବିଦ୍ବେଷର ବୁକୁ ଚିରି

ବୈଷମ୍ୟ ଓ ଅତ୍ୟାଚାର ପଥ ରୋକି

ଶୋଷଣ ଓ ଦମନର ପ୍ରତିକାର ନେଇ

ସମୃଦ୍ଧିର ଦିଗନ୍ତରେ ହେଉ ସଂଭାବନାର ସୂର୍ଯ୍ୟୋଦୟ

ଏ ନୂଆ ସକାଳର ଅରଣିମାକୁ

ଆପଣେଇ ନେବାକୁ ମୁହୁଟିଏ ଦିଅ

ମୋ ଠାରୁ ସର୍ବ ସୁଖ ଫେରାଇ ନିଅ

ଅକୃତିମ ସ୍ନେହ ଓ ପ୍ରତାରଣ। ବିହୀନ ପ୍ରେମର ମଧୁ ମହକରେ

ଅନୁରଣିତ ହେଉ ପରାହତ କାମନାର ମହାଯଜ୍ଞ

ନିଷ୍ଣୁର ନିର୍ଭୟ ଘାତକର କଷାଘାତରୁ

ଜନମାନସକୁ ଉଦ୍ଧରି ନେଇ ସଂପ୍ରୀତିର ନବିକେତା

ମାନବବାଦର ଉନମେଷ ଓ ଉଭରଣ

ଉଭୟ ପର୍ଯ୍ୟାୟରେ ନବ କଳେବର ଘଟୁ ପର୍ଯ୍ୟାୟ ପତିତ କଙ୍କାଳର

ଯୁଗ ଯୁଗର ତମିସ୍ରା ଓ ମହାମୋହର ସୁଦୃଢ ପ୍ରାଚୀରକୁ ଇଂଘିଯାଇ

ବାଳ ସୂର୍ଯ୍ୟର ଅରୁଣ କାନ୍ତି ଦୀପ୍ତ ହନୁମାନ

ଏକ ଅକୁହା କଥା। କିଛି ଅସହ୍ୟ ଅଂତର୍ଦାହର

କାହାଣୀକୁ ନେଇ ରଚାଯାଉ ମାଟିର ମହାକାବ୍ୟ

ନିଛକ୍ ମଣିଷ ପଣିଆ ଓ ନିରୁତା ଭାବ ଦିଆନିଆର

ପ୍ରଚଳିତ ପରମ୍ପରା ହେଉ ବଳିଷ୍ଠ

ଦୂରେଇ ଯାଉ ଆତଙ୍କର ଆସ୍ତରଣ ସୁଧାର ତାଡନା

ପାଶବିକତାର ତାବ ବୈଷମ୍ୟର ହିମାଳୟ

ବିଭେଦର ଉତଙ୍ଗ ପ୍ରାଚୀର

ଅଭାବର ମହାସମୁଦ୍ର ଅଜ୍ଞାନର ମହାକାଶ

ସୃଷ୍ଟି ହେଉ ସତ୍ୟ ସଂଜିବନୀ

ମାନବିକତାର ମହେନ୍ଦ୍ରଗିରି ନୀତି ଓ ନିଷ୍ଠାର ନିରଣୀ

ଜଗତର ସମସ୍ତ ଦୁଃଖ ଦାରିଦ୍ର୍ୟର ହଳାହଳକୁ

ପାନ କରି ନୀଳକଣ୍ଠ ହେବାର ସୁଯୋଗଟିଏ ଦିଅ

ମୋ ଠାରୁ ସର୍ବ ସୁଖ ଫେରାଇ ନିଆ

ଏକାନ୍ତ ଆଦିମ କାମନା ଓ ଅଭିପସାର ବୈତରଣୀ

ପାରି ହେବାକୁ ଆହୁଲାଟିଏ ଦିଆ

ପ୍ରଖର ଗ୍ରୀଷ୍ଟର ଜ୍ଵଳନ୍ତ ମଧ୍ୟାହ୍ନରେ

ସୁବିସ୍ତୁତ ମରୁଭୂମିର ଦିଗନ୍ତ ପ୍ରସାରୀ ଅହମିକା ମଧ୍ୟରେ

ଆଶା ଓ ଭରସାର ଓଏସିସଟିର ସନ୍ଧାନ ଟିଏ ଦିଆ

ମୋର ଠାରୁ ସର୍ବ ସୁଖ ଫେରାଇ ନିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics