STORYMIRROR

Debadatta Jena

Tragedy

3  

Debadatta Jena

Tragedy

ନୀଳ କଜ୍ଜଳ

ନୀଳ କଜ୍ଜଳ

1 min
360


ୠତୁମତୀ ଋତୁପର୍ଣ୍ଣା, 

ତୁମେ ଥରେ ଆସନ୍ତ କି, 

ନୀଳୋତ୍ପଳା ହୋଇ, 

ଆଦ୍ୟ ଵୈଶାଖର ନବ ଦିଗନ୍ତରେ 

ଛାଇ ଯାଆନ୍ତ ନୀଳ ବର୍ଣ୍ଣ,

ବର୍ଷ ମାସ, ଦିନ,ଦଣ୍ଡ , 

ଷଡ ଋତୁ ଚକ୍ର, ଆଙ୍କି ହୋଇଯାଆନ୍ତା, 

ଯେତେ ସବୁ ଋତୁ ସମ୍ଭବର ଚିତ୍ର, 

ଚିତ୍ରାୟିତ, ଚାରୁ ଚିତ୍ରକଳ୍ପ, 

ପୂର୍ବେଇ ଆକାଶ, ଦୂର ଦିଗବଳୟେ...! 


ତୁମେ ଥରେ ଆସନ୍ତ କି, 

ମେଘବର୍ଣ୍ଣା ହୋଇ, 

ବରଷି ଯାଆନ୍ତ, ମୋ ଦୁନିଆ,

ସବୁଜ କ୍ଷେତ, ନିରବ୍ଧ ଆକାଶ, 

ମେଘରାଣୀ ସାଜି, 

ସଜେଇ ହୁଅନ୍ତା, ଇନ୍ଦ୍ରଧନୁର ରଙ୍ଗ, 

ମେଘ ଡମ୍ବରୁ,ଋତୁ ଶ୍ରାବଣରେ..!


ତୁମେ ଥରେ ଆସନ୍ତ କି, 

ଶ୍ୱେତପଦ୍ମା ସାଜି,ଶୀତ କାକରରେ, 

ଖୁସି ହୁଅନ୍ତା, ପୂର୍ଣ୍ଣମୀର ଜହ୍ନ, 

ନୀଳ ପଦ୍ମା, ପୂର୍ଣ୍ଣ କାକଳିରେ, 

ବିଛୁଡି ହୋଇ ପଡନ୍ତା,ଘନ ନୀଳ, 

ନୀଳ କଇଁ, ନୀଳାଭ୍ରୁ ଚଅଁର 

ହଜି ଯାଆନ୍ତା, ଅମା ଅନ୍ଧକାର, 


କାଳିମାର ଅପଶବ୍ଦ, ପ୍ରତିଶବ୍ଦ, 

ଶରତର ସ୍ନିଗ୍ଧ ଶୀତଳ ଛୁଁଆରେ, 

ତା'ର ବିନିଦ୍ର ମୁଗ୍ଧ ଆକର୍ଷଣେ, 

ଉପମା ଉପାମେୟର ଚିତ୍ର, 

ନାନାବିଧ ଆଳି ଅଳଙ୍କରଣେ..!


ତୁମେ ଆସନ୍ତ କି ଥରେ, 

ପଦ୍ମଗନ୍ଧା, ମଧୁଲଗ୍ନା ହୋଇ,

ଏଇ ଶୁଭ ଲଗନରେ, 

ପେନ୍ଥା ପେନ୍ଥା ତାରା ଫୁଲ, 

ବିଛାଡ଼ି ହୋଇ ପଡନ୍ତା, ଆକାଶରେ 

ଆମ ଚଉତରା, ବାଡ଼ି ଅଗଣାରେ, 

କୃଷ୍ଣଚୂଡ଼ା ରଙ୍ଗ, ହସର ମୁରୁଜ, 

ବୁଣୁ ଥାନ୍ତା ପାର୍ବଣର ମହକ, 

ଯେତେକ ଅସରନ୍ତି ସ୍ୱପ୍ନ, 

ମଧୁ ଚନ୍ଦ୍ରିକା ସାଜି,ଫୁଲ ବସନ୍ତରେ

ନୀଳ ନୟନାର, ନୀଳ କଜ୍ଜଳରେ..!


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy