STORYMIRROR

lopa samal

Tragedy

3  

lopa samal

Tragedy

ନୀଡ଼

ନୀଡ଼

1 min
280

    କାକଟିଏ ସୁହାଗରେ ରଚିଅଛି ନୀଡ଼

    କାହିଁ କେଉଁ କାଳରୁ ଗଛଡାଳ ପରେ,

    ଭାଙ୍ଗୁଛି ପୁଣି ଗଡୁଛି

    ନୂଆ ନୂଆ କାଠି କୁଟା ଦେହେ।

    ଅପେକ୍ଷା ରତ ବସନ୍ତ ଆସିବ,

    କୋଇଲି,ତ।'ବସାରେ ଅଣ୍ଡା ଦେବା

    ଉଷୁମେଇବ, ମାଆ ହେବ

    କୋଇଲି ଛୁଆର ଠିକ୍ ଯଶୋଦା ପରି।

     କିନ୍ତୁ କାହିଁକି କେଜାଣି ,

     ଋତୁଚକ୍ରର ପ୍ରବାହରେ

     ବର୍ଷା ଶୀତ କୁ ଅପେକ୍ଷା କଲାପରେ

     ବସନ୍ତ ହେଲା ପଥଭ୍ରଷ୍ଟ

     ଆତ୍ମ ବିଶ୍ବାସ ର ପାହାଚରେ

     ପାଦତା'ର ଖସିଗଲା ବୋଲି,

     ଗ୍ରୀଷ୍ମର ମୋହ,

     କପୋତର ଉଠରେ ପୁତ ଉଠ କୋହରେ

     ଆମ୍ବ ବୋଉଳିଲା ,କାକ ମନ ଉଷ୍ଣ

     କୋଇଲି କଣ୍ଠେ ଗାଇଯିବ ଗୀତ

     ଆପଣ।ର ଇଛାରେ ଏକ ଅନ୍ତସ୍ବରରେ,

     ଏତେ ବା ଶକ୍ତି ନାହିଁ ତା'ର

     ରଚନା କରିବ ନିଜ ସାମର୍ଥ୍ୟରେ ନୀଡ଼

     ଗାଇଯିବବୋଲି ଋତୁ ବଦଳିବାର ଗୀତ

     ପ୍ରତିଋତୁ ଅସମୟରେ ଅବେଳରେ ଆସୁଥିବେ

     ଲେଖିଦେଵାପାଇଁ ଅସଂପୂର୍ଣ ମୋ କବିତା ସବୁ

     ଗୁନ୍ଥା ଗୁନ୍ଥି କରି କବିର କବିତା ଘର ତୁଲ୍ୟ

     ପକ୍ଷୀନୀଡ ସହ ସାମଞ୍ଜସ୍ୟ କରି।

     ଯୋଡ଼ି ଦେଇ କାଠି କୁଟା ସବୁ

     ଅତି ସନ୍ତର୍ପଣରେ, ବିଶ୍ୱାସ ରେ

     ରଚନା କରିବ ଏକ ନୀଡ଼ ନିବିଡ଼ ଆଲିଙ୍ଗନର

     କରିବା ପାଇଁ,କାକ କୋଇଲି ସହ

     ନୀରବ ପଣର, ଭାବ ଦିଆନିଆ

    ସେହି ଭାବ ପୀରତି ର ନିଆରା ପଣ

     ଆଣିଦେବ ବୋଲି ନୂଆ ଏକ ପ୍ରୀତି ପ୍ରାପ୍ତିର ବସନ୍ତ

     ଫଗୁଣର ଫଗୁର ଆଭାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy