ନଈ
ନଈ
ନଇଁ ନଇଁକି ବୁଢ଼ୀ ମାଆ ନଈ
ଚାଲୁଛି ବାଡି ଧରି
ବଙ୍କି ଗଲାଣି ତା ଅଣ୍ଟା ପିଠି
ଦିଶୁନି ଭଲ କରି ।
ତା ଦେହେ ଜମା କର୍ଦ୍ଦମ ବାଲି
ପଚା ନର୍ଦ୍ଦମା ଗନ୍ଧ
କତରା ମାଡି ରହିଛି ପଡି
ତା ଠାରେ ନାହିଁ କାମ ।
ଗଢ଼ିଛୁ ଆମେ ବନ୍ଧ ଓ ବାଡ଼
ଉପରେ ତାର ପୋଲ
ଗାଡ଼ି ମଟର ଛୁଟାଇ ବେଗେ
ଧାଉଛୁ ସର ସର ।
ତା ନାମ ଡାକ ପବିତ୍ର ଭାରି
ଥିଲା ତ କେଉଁ କାଳେ
ଗଙ୍ଗା ଯମୁନା ବଇତରଣୀ
କାବେରୀ ବହୁ ନାମେ ।
ତା କୋଳ କୂଳେ ବଢ଼ି ମଣିଷ
ଗଢ଼ିଲା ଜନପଦ
ହୋଇଲା ସଭ୍ୟ ସୁସାମାଜିକ
ରଚିଲା ଶାସ୍ତ୍ର ବେଦ ।
ସୁନାବ୍ୟା ବକ୍ଷେ ଦୂର ବିଦେଶ
କରିଲା ଆତଯାତ
ଅରଜି ଧନ ଗୈ।ରବ ଯଶ
ରଖିଲା କେତେ ଟେକ ।
ବିଜ୍ଞାନ ବଳେ ଦ୍ରୁତ ବେଗରେ
ଯାଉଛୁ ଗାଡି ଚଢ଼ି
ମୂମୁର୍ଷୁ ଆମ ମାଆ ବୁଢ଼ୀଟି
ପଡୁଛି ମୁହଁ ମାଡି ।
ତା ସହ ଯୋଡି ରହିଛି ଆମ
ଐତିହ୍ୟ ଭବିଷ୍ୟତ
ତାହାର ପୀଡା ମୋଚନ ଅଟେ
ଆମର ସୁକର୍ତ୍ତବ୍ୟ ।
