Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy Inspirational

3  

Sadananda Sahoo

Tragedy Inspirational

ନିଃସଙ୍ଗତା

ନିଃସଙ୍ଗତା

1 min
249


ନିଃସଙ୍ଗତା ଭରେ ମଣିଷ ଜୀବନେ

ବିପଦ ଆପଦ ବେଳେ ;

ଉପଲବ୍ଧି କରେ କେହି ନାହିଁ କାଳେ

ବୁଡ଼ିଯିବି ଭବଜଳେ !! 


ସାହାରା ଖୋଜଇ ମ୍ରିୟମାଣ ହୋଇ

 ବିପଦେ ପଡିଚି ମୁହିଁ ;

ସାଙ୍ଗ ସାଥୀଗଣ ବନ୍ଧୁ ପରିଜନ

ଆସ ହେ ମୋ ପାଶେ କେହି !! 


ବୁଡ଼ିଗଲା ଲୋକ ଆଶ୍ରା କରେ ସତ

କୁଟା ଖିଅକୁ ଲୋ ମିତ ;

ବଞ୍ଚିବାର ମୋହ ହୁଏ ଉଜ୍ଜୀବିତ

ଦୁଃଖଦ ପୁର୍ଣ୍ଣ ଏ ଚିତ୍ର !! 


ଅସହାୟତାର ଏ କରୁଣ ଚିତ୍ର

ପ୍ରତୀତ ହୁଅଇ ନିତି ;

ନିଃସଙ୍ଗ ଜୀବନେ ଦୁଃଖ ଅଛି କେତେ

ମନରେ ଭରିଛି ଭୀତି  !!  


ନିରୀହ ଜୀବନ ବଳି ପଡେ ସତ

ମାନସିକ ଅବସାଦେ ;

ସଂସାର ଭିତରେ ଲୁହଲହୁ ପିଏ

ଦୁଃଖ ଯାତନାରେ କେତେ !! 


ଦୁଃଖ ସୁଖ ଚିତ୍ର ସମାଜେ ପ୍ରତୀତ

ଜୀବନର ଅନୁଷଙ୍ଗି . ; 

ନିଃସଙ୍ଗତା ପୁର୍ଣ୍ଣ ଦୁର୍ଲ୍ଲଭ ଜୀବନ

ବଞ୍ଚିବାକୁ ଖୋଜେ ସଙ୍ଗି !!


ପର ଆପାଣାର ସାଥୀ ସହୋଦର

ହୃଦୟେ ଦରଦ ରଖ ;

ତଵ ପ୍ରିୟଜନ ଅସହାୟ ଜାଣ

ହୃଦୟେ ଭରିଛି ଦୁଃଖ!!


ସମ୍ପର୍କ ଦୂଆରେ ପ୍ରତୀକ୍ଷାରେ କିଏ

ଦିଅ ବନ୍ଧୁ ପରିଚୟ;

ସମ ଦୁଃଖେ ଭାଗୀ ହେବା ଆମେ ଜାଣି

ନିଃସଙ୍ଗତା ହେବ କ୍ଷୟ!! 


ପ୍ରେମିକ ପ୍ରେମିକା ସର୍ବାଜନାଦୃତା

ହୃଦୟକୁ ଖୋଲା ରଖ ;

ପ୍ରେମରେ ବିରହ ନୁ6ହଁ ଶୁଭଙ୍କର

ନିଃସଙ୍ଗତା ଘୋର ଦୁଃଖ !! 


ଭାବ ବନ୍ଧନର ସୁରମ୍ୟ ସଂସାର

ସୃଷ୍ଟିର ମହକ ଧାରା ;

ଯଦି ଝଡଉଠେ ସୁନାବସା ଭାଙ୍ଗେ

ଝୁରିବାଟା ହୁଏ ସାରା !!


ନିଃସଙ୍ଗତା ଏକ ଭିନ୍ନ ଚିତ୍ର ମାତ୍ର

କବି ଭାବନାରେ ମୋର ;

ହୃଦୟରେ କୋହ ଆଖିରେ ଲୋତକ

ଦୁଇଟି ଯାକ ନିଜର !!



Rate this content
Log in

Similar oriya poem from Tragedy