ଅଫେରା ସ୍ନେହ
ଅଫେରା ସ୍ନେହ
ତୁ ଥିଲୁ ମୋ ଆଖିର ଗୋଟେ ଫୁଟନ୍ତା କୁସୁମ
ତୋ ଭିତରେ ଦେଖୁଥିଲି ଜହ୍ନ ରାଇଜର କଥା, ମହାକାଶର ବିଚିତ୍ର ରହସ୍ୟ
ତୁ ଦିନେ ଜହ୍ନରାଇଜରେ ଉଡି ଜ୍ୟୋସ୍ନାରେ ଭିଜିବୁ ବୋଲି ବାନ୍ଧିଥିଲି ସ୍ୱପ୍ନ
ଝିଅ ନୁହେଁ ବରଂ ମା ହୋଇ ଡାକିନବୁ ଏକ ଅଦୃଶ୍ୟ ସଂସାରକୁ
ଏଇ ଆଶାରେ ରାତି କଟୁଥିଲି ତତେ ଜାପିଧରି ମୋ କୋଳ ଉପରେ
ହେଲେ କିଏ ଛଡାଇନେଲା ତତେ ମୋ ଠାରୁ
କେଉଁ ରାକ୍ଷସ ତ କୁନି ଦେହରେ ବୋଳିଦେଲା କାଳିମା
ଆଉ ଶୁଆଇ ଦେଲା ତତେ ସବୁଦିନପାଇଁ ନିଜ ପାପ ଇଚ୍ଛାକୁ ଚରିତାର୍ଥ କଲାପରେ
ଜାଣେ ମୋ ସ୍ନେହ ଅଫେରା, ମୋ କୋହ ଅସରା
ତଥାପି ଲଢ଼ିବି ତ ନ୍ୟାୟ ପାଇଁ
ତୋ ଶୈଶବ ପାଇଁ
ଆଉ ଗୋଟେ ନିରୀହ ମା'ର ମମତା ପାଇଁ ଆଉ ଛାତି ତଳେ ସାଇତା ସ୍ବପ୍ନ ପାଇଁ ||