STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ଆବର୍ଜନା

ଆବର୍ଜନା

1 min
152

  

 ଆଜି ସବୁଠି ପୂରିଛି

  ଅଳିଆ ଆବର୍ଜନା

  ପରିବେଶ ପ୍ରକୃତି

  ସବୁଠି ଭରିଛି ଆବର୍ଜନା

  ଗାଁ ରୁ ସହର

  କଳକାରଖାନାରୁ ଦପ୍ତର

  କେଉଁଠି ନାହିଁ ନିସ୍ତାର

  ସବୁଠି ଖାଲି ଦୃଶ୍ୟମାନ ଆବର୍ଜନା ।


  କାୟୋ ମନୋ ବାକ୍ୟ

  ସବୁଠି ପରିପୂର୍ଣ୍ଣ ଆବର୍ଜନା

  ଦେଶ ସମାଜ ପରିବେଶ

  ସର୍ବଦିଗେ ପରୋକ୍ଷରେ

  ଭରି ଯାଇଛି ଆମ ମଧ୍ୟେ

  ହିଂସା ଦ୍ୱେଷ  

  ପରଶ୍ରୀକାତରତା ଭଳି ଆବର୍ଜନା

  ନାହିଁ ଶାନ୍ତି ନାହିଁ ଏକତା

  ନାହିଁ ଭାଇଚାରା ନାହିଁ 

   ଆମ ମଧ୍ୟେ ସ୍ନେହ ମମତା

   ପର ନିନ୍ଦା ପର ଚର୍ଚ୍ଚା ରେ

   ପରିପୂର୍ଣ୍ଣ ଆମ ମନ ଓ ହୃଦୟେ

   କେତେ କେତେ ପ୍ରକାର ଆବର୍ଜନା ।


  ପର ନାରୀ ହରଣ

  ପର ଧନକୁ ଅପହରଣ

  ପର ତଣ୍ଟି କାଟି

  ଧନୀ ହେବାର ନିଶା

  ଆମ ସମାଜେ ଘଟାଏ

  ନାନା ଦୁଃଖ ଦୁର୍ଦ୍ଦଶା

  ନାହିଁ ନୀତି ନାହିଁ ଆଦର୍ଶ

   ନେତା ଠାରୁ ଜନତା ଯାଏଁ

  ସମସ୍ତଙ୍କୁ ଘାରିଛି ପୁଞ୍ଜି ର ବିଷ

  ସଭିଏଁ ଆଜି 

  ଆମେ ହୋଇଛେ ବାଟବଣା

  ସେ ଆମ ସମାଜେ ଭରିଛି

  ଦୁର୍ନୀତି ଭ୍ରଷ୍ଟାଚାର ପରି ଆବର୍ଜନା ।


 ନାହିଁ କାହାର କାହା ପ୍ରତି ବିଶ୍ଵାସ

  ପରୋକ୍ଷରେ ଅବା ପ୍ରତ୍ୟକ୍ଷରେ

  ମଣିଷ ଖାଉଛି ଆଜି ମଣିଷ ମାଂସ

  ଘାରିଛି ସଭିଙ୍କୁ ଏବେ

   ଅର୍ଥ କ୍ଷମତା ଓ ପୁଞ୍ଜିର ବିଷ

  ସଭ୍ୟତା ସଂସ୍କୃତିକୁ ଭୁଲି 

  ହୋଇଛେ ଆମେ ଆନମନା

  ହତ୍ୟା ଲୁଣ୍ଠନ ଧର୍ଷଣ ଆଦି ରେ

   ଆମେ ଲିପ୍ତ ରହି

  ସାମାଜିକ ବ୍ୟବସ୍ଥାକୁ କରୁଛେ

   ନିଜ ହସ୍ତେ ନିଜେ ବାଟବଣା

  ସେ ପାଇଁ ସମାଜେ ଭରିଛି

   ଅଶାନ୍ତି ଓ ଅବିଶ୍ୱାସର ଆବର୍ଜନା ।


  ବିଶ୍ଵ ସମୁଦାୟ ଏବେ ଦିଶାହୀନ

   ଯୁଦ୍ଧ ର ବଗୁଲ୍ ବାଜେ ଘନ ଘନ

  ସାରା ବିଶ୍ଵେ ଅବିଶ୍ବାସ ର ବାତାବରଣ

  କେବଳ ପୁଞ୍ଜି କ୍ଷମତା ଅକ୍ତିଆର 

  କରିବା ପାଇଁ ଦେଶ ଦେଶ ମଧ୍ୟେ

  ଚାଲେ କେବଳ ପ୍ରତିଯୋଗିତା ମାନ

  ଦିଅନ୍ତି ପରସ୍ପର ପରସ୍ପର କୁ 

   କାରିଗରୀ ବୈଷୟିକ ବିଜ୍ଞାନ ର

   ମାନ ଅଭିମାନ ଓ ଗର୍ବ ର ଆହ୍ଵାନ

   ସବୁ ଦେଶେ ସାରା ବିଶ୍ଵେ

   ମାଡି ଚାଲିଛି ବିଜ୍ଞାନ ର 

  ଅପବ୍ୟବହାର ରୂପୀ ଆବର୍ଜନା

  ଯା ପାଇଁ ମଣିଷ ଆଜି ମଣିଷକୁ

   ମୃତ୍ୟୁ ମୁଖକୁ ଠେଲିବାକୁ

  କେବେ ପଛ ଘୁଞ୍ଚା ଦିଏନା 

  ବିଶ୍ଵାସର ବାସ ଆଜି ଆଉ ବାସେନା

  ସୁଗୁଣ ଅଧିକାରୀ ର ମଣିଷର

   ସୁଗୁଣ ଆଜି ଏ ମଣିଷକୁ ଦିଶେନା

  ସବୁଠି ପୂରିଛି ଗର୍ବ ଅହଂକାର ଭଳି

  ଆମ ମଧ୍ୟେ କୁତ୍ସିତ ମାନସିକତାର

   ପାରିବାରିକ ସାମାଜିକ 

   ପାରିପାର୍ଶ୍ବିକ ତଥା 

  ବୈଷୟିକ ଜ୍ଞାନକୋୖଶଳ ର 

   ଆଧୁନିକତାର ଆବର୍ଜନା।



Rate this content
Log in

Similar oriya poem from Tragedy