ବିଷମ ପଥ
ବିଷମ ପଥ
ମାନବ ଜୀବନର ବିକାଶ ପରିପ୍ରକାଶ ଲାଗି
ଚାଲିଛି ଚାଲିଥିବ ଗମନାଗମନ ଆଉ ପରିବହନ
ଯା' ନିମନ୍ତେ ଲୋଡ଼ା ହୋଇଥାଏ ବିସ୍ତୀର୍ଣ୍ଣ ସୁପଥ
ସହଜ ସୁବିଧାରେ ଶିଘ୍ର କରିବାକୁ ଯାତାୟତ
ପାଦରେ ଚାଲି ଚାଲି କି ଯାନବାହାନରେ ଯାଇ
କାର୍ଯ୍ୟ ତୁଲାଇବାକୁ ସୁରୁଖୁରୁରେ ହେଉ ନିର୍ଭରଶୀଳଆଜିର ସଡ଼କପଥ ବହୁସ୍ଥାନେ ବହୁ ସମୟରେ ଦେଖାଯାଏ ଅତିଶୟ ଦୟନୀୟ ସଂକଟାପନ୍ନସୁଗମ ନହୋଇ ହୁଏ ଦୁର୍ଗମ ପାଲଟେ ବିଷମ ପଥଫଳ ସ୍ୱରୂପ ଦୈନଦିନ ଘଟେ ବହୁ ଅଘଟଣାହୁଏ ଯା' ଜୀବନ ପାଇଁ ଅଶ୍ରୁଳ ଅତି ମର୍ମନ୍ତୁଦ ସ୍ଥୂଳରେ ସ୍ଥଳପଥ ପରି ଜୀବନ ଯାତ୍ରା ପାଇଁ ବିଲୋଡ଼ା ହୋଇଥାଏ ସରଳ ସହଜ ସୁନ୍ଦର ପଥଜୀବନକୁ କରିବାକୁ ମଧୁମୟ ରସାଣିତ
ମଣିଷ ଅନ୍ୟ ସାଥେ ଗଢ଼େ ସଂପର୍କ ବାନ୍ଧେ ବନ୍ଧୁତା
ତାର ସାହାଯ୍ୟ ସହଯୋଗରେ ହୁଏ ଉନ୍ନତି
ଜୀବନରେ ସେ ଚଲାପଥ ହୁଏ ଯେବେ ବିଷମ ପଥକେବେ ପୂର୍ଣ୍ଣ ହୁଏ ନାହିଁ କାହାରି ମନୋରଥ
ଅଶାନ୍ତି ଅସନ୍ତୋଷରେ ଦିନ ବିତେ କରି ବାଦବିବାଦମଣିଷ ଚାହେଁ ହସ ଖୁସି ଆନନ୍ଦରେ ରହିବାକୁସବୁରି ସାଥେ ଏକ ମନ ପ୍ରାଣରେ ଗଢ଼ି ଘରସଂସାରମନରେ ଥାଏ ତା'ର ବହୁ ଆଶା ଆକାଂକ୍ଷା ସ୍ବପ୍ନଜୀବନର ଚଲାପଥ ହେଲେ ବିଷମ ପଥହୁଏ ହଇରାଣ ହରକତ ସ୍ବପ୍ନକୁ କରି ଧୂଳିସାତ
ମାନବ ସମାଜେ ସଭ୍ୟତା ହୁଏ ଯେତେ ଉନ୍ନତ
ବଢ଼େ ସେତେ ସମସ୍ୟା ଆସେ ବହୁ ବିପଦ
ହୁଏ ଜଣେ ସ୍ୱାର୍ଥପର କରେ ନାନା ଅନ୍ୟାୟ ଅନୀତିନିଜ ସାଥେ ଅନ୍ୟର ଆଉ ପରିବେଶର କରେ କ୍ଷତିଦୁର୍ବିସହ ହୁଏ ପ୍ରତିଟି ମଣିଷର ଜୀବନ ଯନ୍ତ୍ରଣାବଚସା ମତାନ୍ତର ମନାନ୍ତରରେ ହୁଏ ଗୋଣ୍ଡଗୋଳଆନ୍ତର୍ଜାତିକ ସ୍ତରରେ ଯୁଦ୍ଧ ରୂପେ ହୁଏ ତା' ରୂପାନ୍ତରମଣିଷ ହୁଏ ଯଦି ଶାନ୍ତି ଶିଷ୍ଟ ନମ୍ର ଭଦ୍ର ଉଦାରହୃଦୟରେ ରଖି ଗଠନାତ୍ମକ ସାକାର ଚିନ୍ତାଧାରାଶାନ୍ତି ମୈତ୍ରୀ ପ୍ରଗତିରେ ବିଶ୍ଵ ହୁଏ ଆଗୁଆନ୍ନତୁବା ସମାଜର ହୁଏ ଅବକ୍ଷୟ ଘଟି ଚାଲେ ଧ୍ଵଂସଜୀବନର ବିଷମ ପଥକୁ କରିବା ପାଇଁ ସୁଗମଲୋଡ଼ାହୁଏ ସେବା ଯତ୍ନ ତ୍ୟାଗର ଆଦର୍ଶ ଚରିତ୍ରବଞ୍ଚିବାକୁ ହେଲେ ବଞ୍ଚାଇବାକୁ ହୁଏ ଅନ୍ୟକୁ
ପରସ୍ପରର ସାହାଯ୍ୟ ସହଯୋଗ ବିନା ନାହିଁ ଜୀବନଉଚିତ ଅନୁଶାସନ ହିଁ ଜୀବନର ସୁଗମ ପଥବଦଳାଇ ଦିଏ ବିଷମ ପଥକୁ କରେ ଭରସାଯୋଗ୍ୟ।
