STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ଅବସର ସମୟ

ଅବସର ସମୟ

1 min
152

ଭାବୁଥିଲି କେବେ ଅବସର ନେବି

ଆରାମ ଜୀବନ ଜିଇଁବି ଯେତେ,

ଭାବୁଥିଲି କେବେ ଅବସର ନେବି

ଶାନ୍ତିରେ ନିଃଶ୍ୱାସ ମାରିବି ସତେ।

ଭାବୁଥିଲି କେବେ ଅବସର ନେବି

ସବୁ ଜଞ୍ଜାଳରୁ ହୋଇବି ମୁକ୍ତ,

ଭାବୁଥିଲି କେବେ ଅବସର ନେବି

ମନ ଇଚ୍ଛା ଝାଡି ଦେବି ମୁଁ ପଙ୍ଖ।

ଭାବୁଥିଲି କେବେ ଅବସର ନେବି

କାହା ତାଗିଦ୍ ରେ ରହିବି ନାହିଁ,

ଭାବୁଥିଲି କେବେ ଅବସର ନେବି

ମନ ଇଚ୍ଛା ଖାଇ ରହିବି ଶୋଇ।

ଭାବୁଥିଲି କେବେ ଅବସର ନେବି

ସମୟ ନିର୍ଘଣ୍ଟ ରହିବ ନାହିଁ,

ଅବସର ପରେ ଆଉ କାହା ଚିନ୍ତା

କେବେ ପୁଣି ଆଉ କରିବି ନାହିଁ।

ଭାବୁଥିଲି କେବେ ଅବସର ନେବି

ସାରା ପୃଥିବୀ ମୁଁ ବୁଲି ଆସିବି,

ଜୀବନ ର ଏହି ସ୍ବଳ୍ପ ସମୟକୁ

ନିଜ ପାଇଁ ପୁଣି ବିତାଇ ଦେବି।

ଯାହାଥିଲା ପୂର୍ବ ତାହା ପୁଣି ପର

କଠିନ ତ ଥିଲା ଜାଲ ନ ଥିଲା,

ମୋହ ମାୟା ଘେରେ ବୁଢିଆଣୀ ପରି

ମିଛୁଟାରେ ପୁଣି ଜୀବନ ସଢେ।

ଚାକିରିଆ ଥିଲି ଘର ସ୍ତ୍ରୀ ହେଲି

ଚବିଶ ଗୁଣନ ସାତ ସମୟ ,

ମିଳିଗଲା ସିନା ସ୍ବାଧୀନତା ଗଲା

ଆଉ ମିଳିବନି ସେ ବରାଭୟ।

ଭାରତର ମୁଖ୍ୟ ପାଶେ ମୋ ବିନତୀ

ଅବସର ଗୃହ ସୁବିଧା ଦିଅ,

ନହେଲେ ଏ ଜାଲ ଅକ୍ଟୋପସ୍ ପରି

ଗିଳିଦେବ ଅବସର ସମୟ।



Rate this content
Log in

Similar oriya poem from Tragedy