STORYMIRROR

Debadatta Jena

Abstract Tragedy Inspirational

3  

Debadatta Jena

Abstract Tragedy Inspirational

ମୃତ୍ୟୁ ଚିରନ୍ତନ..

ମୃତ୍ୟୁ ଚିରନ୍ତନ..

1 min
198


ସୃଷ୍ଟି ଆରମ୍ଭରେ ତୁମେ, ପ୍ରାରମ୍ଭରେ ତୁମେ, ମୃତ୍ୟୁ ହେ ତୁମେ 


ନିତ୍ୟ ନୈମିତ୍ୟ, 


କାଳ ଆଗମନେ, କାଳ ବ୍ୟବଧାନେ, କାଳାନ୍ତରରେ ତ ମୃତ୍ୟୁ 


ସତ୍ୟ ବାସ୍ତବ |


ସ୍ଥିତି ଅରୋହଣେ, ସ୍ଥିତି ଅବରୋହଣେ,ସୃଷ୍ଟି ଅବସାନେ ମୃତ୍ୟୁ 


ଅଟେ ଚିରନ୍ତନ, 


ସୃଷ୍ଟିରେ ଅବଶ୍ୟ, ସୃଷ୍ଟିରେ ନିଧାର୍ଯ୍ୟ, ସୃଷ୍ଟି ନିର୍ଗମନେ ମୃତ୍ୟୁ ହିଁ ସ୍ୱୀୟ ଅକାଟ୍ୟ ||


ଯେଉଁଠି ଆରମ୍ଭ, ଶେଷ ଯେ ଅବଶ୍ୟ, ମୃତ୍ୟୁ ଯେ ନିତ୍ୟ,ସତ୍ୟ ଅବଧାରିତ, 


ସକଳ ସୃଷ୍ଟିର ମୂଳ ମନ୍ତ୍ର ସେହି, ସୃଷ୍ଟି ଅନ୍ତଃ ଅବଶ୍ୟମ୍ଭାବି ମୃତ୍ୟୁ 


ଯେ ଗୁଢ ତତ୍ତ୍ୱ..|


ବିନାଶ ନ ଥିଲେ ସୃଷ୍ଟି ଅସମ୍ଭବ, ସୃଷ୍ଟି, ସ୍ଥିତି, ପ୍ରଳୟ, ପ୍ରମାଣିତ 


ପୂର୍ଣ୍ଣ ପ୍ରତିକ୍ଷୀତ, 


ସୃଷ୍ଟି ଓ ସ୍ତିତିରେ, ଏ ଜଗତ ମିଥ୍ୟାରେ ଆରମ୍ଭ ଅନ୍ତଃରେ ପ୍ରଳୟ 


ଯେ ଧ୍ରୁବ ସତ୍ୟ ||


ଶୂନ୍ୟରୁ ଆରମ୍ଭ,ଶୂନ୍ୟରୁ ହିଁ ଶେଷ, ଶୂନ୍ୟ ଅଟେ ସେ ସୃଷ୍ଟି, ସ୍ଥିତି


ଓ ମହା ପ୍ରଳୟ, 


ସୃଷ୍ଟି ଯେ ଆକାର, ସ୍ଥିତି ଯେ ପ୍ରକାର, ଅନ୍ତଃ ଯବନିକା ତ ନିଶ୍ଚିତ 


ସ୍ୱୟଂ ପ୍ରଳୟ |


ଆରମ୍ଭ ଯେଉଁଠି ଶେଷ ବି ସେଇଠି, ଜୀବନ ଅନିତ୍ୟ ସେ ସତ୍ୟ 


ଅବଧାରିତ, 


ବିନାଶ ନଥିଲେ ସୃଷ୍ଟି ଅସମ୍ଭବ, ଜୀବନ ଯେଉଁଠି ମୃତ୍ୟୁ ବି ସେଇଠି ନିତ୍ୟ ସହଚର ||


ହେ ମୃତ୍ୟୁ, ତୁମେ ସତ୍ୟ, ତୁମେ ନିତ୍ୟ, ତୁମେ ଯେ ଧ୍ରୁବ ସତ୍ୟ ନିତ୍ୟ ଅଗୋଚର |


ତୁମେ ସୃଷ୍ଟି ସତ୍ୟ, ତୁମେ ସୃଷ୍ଟି ନିତ୍ୟ, ତୁମେ ବିନାଶରେ ସତ୍ୟ ଶିବ ସୁନ୍ଦର,ପରାତ୍ପରଃ ||



Rate this content
Log in

Similar oriya poem from Abstract