STORYMIRROR

SACHALA GURU

Tragedy

3  

SACHALA GURU

Tragedy

ମହାସୁଖୀ

ମହାସୁଖୀ

1 min
228

କଟକ ଜିଲ୍ଲାର ମାହାଙ୍ଗା ଗ୍ରାମର 

   ନାମ ଅଟେ ସ୍ଵର୍ଣ ମୟୀ 

ଅତି ଅଲିଅଳି ମାତା ଗଳା ମାଳି 

  ଅଟଇ ସେ ସ୍ନେହ ମୟୀ II

ବୟସ ଷୋହଳ କରଇ ବିକଳ 

   ନ ଯିବାକୁ ଶାଶୁ ଘର 

ବିଧିର ଵିଧାନକେ କରିବ ଆନ 

   ନିଶ୍ଚେ ଯିବୁ କରି ପର II

ଅଳପ ବୟସେ ବିବାହ କରିଲେ 

  ଶାଶୁ ଘର ଗଲା କନ୍ୟା 

ନଣଦ ଦିଅର ଗିରସ୍ତ ତାହାର 

  ବୁହାନ୍ତି ଆଶାର ବନ୍ୟା II

ସମୟ କ୍ରମରେ ସଭିଏଁ ବୁଝିଲେ 

   ଆନନ୍ଦେ କାଟିଲେ ଦିନ 

ଦିନ ପରେ ଦିନ ମାସ ପରେ ମାସ 

   କରନ୍ତି କାଳ ଯାପନ II

ଶାଶୁ ଶାଶୁରଙ୍କ ନଣନ୍ଦ ଦିଅର 

   ପାଖେ ଥିଲା ଅତି ସ୍ନେହୀ 

କୋଳେ ଥିଲା ତାର ଅପୂର୍ବ ସୁନ୍ଦର 

   ଦୁଇ ପୁଅ ଝିଅ ସେହି II

ଘର ପରିବାର ସୁଖର ସଂସାର 

    ଅତ୍ୟନ୍ତ ସୁନ୍ଦର ଥିଲା 

କୁଆଡୁ ଆସିଲା ଅକାଳ ଚଡକ 

    ସ୍ୱାମୀ ତାର ଚାଲି ଗଲା ll

ବଧୂ ସ୍ଵର୍ଣ୍ଣମୟୀ ଥିଲା ଯାହା ପାଇଁ 

    ପତି ତାକୁ ଦୂର କଲା 

ଜୀବନ ଯୁଦ୍ଧ ରେ ସଂଗ୍ରାମ କରିଣ 

    ସଂସାର କୁ ଚଳାଇଲା ll

କିଛି ଦିନ ଅନ୍ତେ ପୁତ୍ର ଟି ତାହାର 

   ମୁର୍ତ୍ୟୁ ବରଣ କରିଲା 

ଦୁଃଖ ପରେ ଦୁଃଖ ଲଳିତାର ବୋଝ 

   କୁଆଡୁଘୋଟି ଆସିଲା ll

ସ୍ୱାମୀ ଯେ ତାହାର ପର କରି ଗଲା 

    ଅତି ଆପଣାର ଥିଲା 

ପୁତ୍ର ଗଲା ଦିନୁ ନ ଯାଏ ତା ମନୁ 

    ପାଗଳି ପରି ହୋଇଲା ll

ଖାଇବା ପିଇବା ସବୁ ଦୂର କଲା 

    ଜୀବନ ଅସ୍ଥିର ହେଲା 

ଗାଆଁ ଗଣ୍ଡା ଛାଡି ବାର ଦ୍ୱାର ବୁଲି 

   ଛିଣ୍ଡା କପଡା ପିନ୍ଧିଲା ll

ହୋଟେଲ ବଜାର ଅଂଇଠା ପତର 

   ଗୋଟାଇ ସୁଙ୍କୁଡ଼ି ଖାଇ 

ବାଟରେ ଘାଟରେ ଆୟତ ନ ଥାଏ 

   କାନ୍ଦୁଥାଏ କଇଁ କଇଁ ll

କେବେ ଆକାଶକୁ କେବେ ସେ ବୃକ୍ଷକୁ 

   ଚାହୁଁଥାଏ ବାରମ୍ବାର 

ମନର ବିକଳେ ଶରୀର ଆମ୍ପୁଡ଼ି 

   କହୁଥାଏ ବାରବାର ll

ପାଗଳି ପରିଣ ବୁଲି ଦିନ ରାତି 

   ଶରୀର ହୋଇଲା କ୍ଷୀଣ 

ମାନସ ସ୍ତରରେ ଭୀତ ସୃଷ୍ଟି କରେ 

   ସେହି ସବୁ ଝଡ଼ ମାନ ll

ଶୟନେ ସ୍ୱପନେ ନାହିଁ ଅଭିମାନ 

   ଖାଦ୍ୟ ପେୟ ନାହିଁ ଧ୍ୟାନ 

ସଂସାରର ମାୟା ତୁଛ କରି କାୟା 

   ମହାସୁଖେ ରହେ ମନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Tragedy