STORYMIRROR

jyotsna mayee panda

Classics

4  

jyotsna mayee panda

Classics

ନିଃସଙ୍ଗତା

ନିଃସଙ୍ଗତା

1 min
149

କେବେ ଭାବେ ନା ମୁଁ ମଣିଷକୁ ପର

ସବୁବେଳେ ଭାବେ ସଭିଙ୍କୁ ନିଜର

ସଂସାର ଜୀବନ ଭାରି ଦୁଃଖ ମୟ

ଆଜି ଦୁଃଖ କାଲି ସୁଖର ସମ୍ଭାର

ଆଜି ଯିଏ ଦୁଖୀ କାଲି ପୁଣି ସୁଖୀ

ସୁଖ ଦୁଃଖ ଖାଲି ଭାବନା ଆମର

ସେଥିପାଇଁ ଭାବେ ସଭିଙ୍କୁ ନିଜର

କିନ୍ତୁ ଏବେ ମୁଁ ଦେଖୁଛି ସେ ନିଜର ଶବ୍ଦଟା

ଅଭିଧାନରୁ ସେ ବିଲୁପ୍ତ ପରିକା

ସଂସାର ସାଗରେ ରହି ରହି ଏକା ହୋଇ

ଶାଶ୍ୱତ ସ୍ନେହ ଯେ ପବିତ୍ର ସେ ପାଇଁ

କଳଙ୍କର ଦାଗ ସେ ସ୍ନେହରେ ନାଇଁ

ସେଇ ସ୍ନେହ ପରା ସଭିଙ୍କ ହୃଦରେ

ସୁନ୍ଦର ଜୀବନେ ପ୍ରଭୁ ଭରିଦେଲେ

ପଶୁ ପକ୍ଷୀ ଆଉ କୀଟ ପତଙ୍ଗକୁ

ଯେଉଁ ଭାଷାକୁ ଯେ ସଭିଏଁ ବୁଝନ୍ତି

ଘୃଣା ଭାବକୁ ତ କରି ଆଜି ଦୂର

ରଚି ଦିଅ ଏକ ସୁନ୍ଦର ସଂସାର

ଘୃଣାକୁ କେବେ ସେ ଦିଅ ନାଇଁ ସ୍ଥାନ

କ୍ଷଣ ଭଙ୍ଗୁର ଏ ମଣିଷ ଜୀବନ

ଦୟା, କ୍ଷମାକୁ ଯେ ଦିଅ ତୁମେ ସ୍ଥାନ

ସାର୍ଥକ ହୋଇବ ତୁମ ମଣିଷ ଜୀବନ

ଏହା ବିନା ମାନବ ଜୀବନ ଅଧୁରା

ଚିର ସୁରଭିତ ପୁଷ୍ପଟେ ଏ ପରା

ମୃତ୍ୟୁ ଅନ୍ତେ ତୁମେ ବୈକୁଣ୍ଠ ପାଇବ

ଯମ ଦ୍ୱାରେ ଆଉ କେବେ ବି ନ ଯିବ

ଜୀବନେ ପରମ ମୋକ୍ଷ ଯେ ଲଭିବ

ହେ ବିଶ୍ୱ ନିୟନ୍ତା ଭରି ଦିଅ ଆଜି

ପ୍ରତି ପ୍ରାଣେ ସେଇ ସ୍ନେହର ବାରିଧି

ବାସି ଉଠୁ ସେଇ ସଂସାର କାନନ

ଯେସନେ ଅପୂର୍ବ ପାରିଜାତ ସମ

ହସି ଉଠୁ ସବୁ ସୁନ୍ଦର ଜୀବନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics