ନିଃସଙ୍ଗତା
ନିଃସଙ୍ଗତା
କେବେ ଭାବେ ନା ମୁଁ ମଣିଷକୁ ପର
ସବୁବେଳେ ଭାବେ ସଭିଙ୍କୁ ନିଜର
ସଂସାର ଜୀବନ ଭାରି ଦୁଃଖ ମୟ
ଆଜି ଦୁଃଖ କାଲି ସୁଖର ସମ୍ଭାର
ଆଜି ଯିଏ ଦୁଖୀ କାଲି ପୁଣି ସୁଖୀ
ସୁଖ ଦୁଃଖ ଖାଲି ଭାବନା ଆମର
ସେଥିପାଇଁ ଭାବେ ସଭିଙ୍କୁ ନିଜର
କିନ୍ତୁ ଏବେ ମୁଁ ଦେଖୁଛି ସେ ନିଜର ଶବ୍ଦଟା
ଅଭିଧାନରୁ ସେ ବିଲୁପ୍ତ ପରିକା
ସଂସାର ସାଗରେ ରହି ରହି ଏକା ହୋଇ
ଶାଶ୍ୱତ ସ୍ନେହ ଯେ ପବିତ୍ର ସେ ପାଇଁ
କଳଙ୍କର ଦାଗ ସେ ସ୍ନେହରେ ନାଇଁ
ସେଇ ସ୍ନେହ ପରା ସଭିଙ୍କ ହୃଦରେ
ସୁନ୍ଦର ଜୀବନେ ପ୍ରଭୁ ଭରିଦେଲେ
ପଶୁ ପକ୍ଷୀ ଆଉ କୀଟ ପତଙ୍ଗକୁ
ଯେଉଁ ଭାଷାକୁ ଯେ ସଭିଏଁ ବୁଝନ୍ତି
ଘୃଣା ଭାବକୁ ତ କରି ଆଜି ଦୂର
ରଚି ଦିଅ ଏକ ସୁନ୍ଦର ସଂସାର
ଘୃଣାକୁ କେବେ ସେ ଦିଅ ନାଇଁ ସ୍ଥାନ
କ୍ଷଣ ଭଙ୍ଗୁର ଏ ମଣିଷ ଜୀବନ
ଦୟା, କ୍ଷମାକୁ ଯେ ଦିଅ ତୁମେ ସ୍ଥାନ
ସାର୍ଥକ ହୋଇବ ତୁମ ମଣିଷ ଜୀବନ
ଏହା ବିନା ମାନବ ଜୀବନ ଅଧୁରା
ଚିର ସୁରଭିତ ପୁଷ୍ପଟେ ଏ ପରା
ମୃତ୍ୟୁ ଅନ୍ତେ ତୁମେ ବୈକୁଣ୍ଠ ପାଇବ
ଯମ ଦ୍ୱାରେ ଆଉ କେବେ ବି ନ ଯିବ
ଜୀବନେ ପରମ ମୋକ୍ଷ ଯେ ଲଭିବ
ହେ ବିଶ୍ୱ ନିୟନ୍ତା ଭରି ଦିଅ ଆଜି
ପ୍ରତି ପ୍ରାଣେ ସେଇ ସ୍ନେହର ବାରିଧି
ବାସି ଉଠୁ ସେଇ ସଂସାର କାନନ
ଯେସନେ ଅପୂର୍ବ ପାରିଜାତ ସମ
ହସି ଉଠୁ ସବୁ ସୁନ୍ଦର ଜୀବନ ll
