STORYMIRROR

Sambit Srikumar

Action Classics Inspirational

4  

Sambit Srikumar

Action Classics Inspirational

ନିଃସଙ୍ଗ ପଥିକ

ନିଃସଙ୍ଗ ପଥିକ

1 min
254


ଜୀବନର ଏଇ କଣ୍ଟକିତ ପଥେ

ଏକା ଏକା ଚାଲୁଅଛି ମୁହିଁ

ସଭିଏଁ ମୋହର ଅତି ଆପଣାର

କିନ୍ତୁ ସାଥେ ଚାଲିବାକୁ କେହି ନାହିଁ ।


ପିତାମାତା ଭ୍ରାତାଭଗିନୀ ସଖା ସହୋଦର

କାହିଁ ଆଜି ଲାଗେ ତୁଛ ତାହାଙ୍କ ଆଦର

କେଜାଣି କାହିଁକି ମୁଁ ଯାଉଛି ଦୂରେଇ

ସମସ୍ତଙ୍କ ଠାରୁ ଅଲକ୍ଷ୍ୟରେ ଦୂରକୁ ଦୂର ।


ମୋର ପ୍ରଚଣ୍ଡ ସ୍ବାଭିମାନ 

ସେମାନଙ୍କ ପାଇଁ ବୃଥା ଗର୍ବ ଅହଙ୍କାର

ମୋର ଭକ୍ତି ଓ ସ୍ନେହ ସମ୍ମାନ 

ଅତି ଭକ୍ତି ଚୋରର ଲକ୍ଷଣ

ମୋ ମନର ଆଶା ଅଭିଳାଷା 

ଭାବନା କଳ୍ପନା ସବୁକିଛି 

ସଭିଙ୍କ ନିମନ୍ତେ ପାଣିର ଗାର ।


ଆଉ କେତେ ଦିନ ଗୋଟିଏ ଛାତ ତଳେ

ଯୁଝୁଥିବି ନିଜର ନୀତି ଆଦର୍ଶକୁ ନେଇ? 

ଆଉ କେତେ ଦିନ ଅଶାନ୍ତିର ଦାବାଗ୍ନିରେ 

ଜଳୁଥିବି ହୁତୁହୁତୁ ଅସହାୟ ହୋଇ ।


ସ୍ବାଧୀନ ମତବ୍ୟକ୍ତ କରିବା ମୋର ଦୋଷ 

ସ୍ବାଧୀନ ଚେତା ହେବା ମୋର ଅପରାଧ 

ମୋ ବାକ୍ଯର ପ୍ରତିଟି ଶବ୍ଦର ବିସ୍ଫୋରଣରେ 

ସୃଷ୍ଟି ହୁଏ ଅଶାନ୍ତ ଅପ୍ରୀତିକର ବାତାବରଣ 

ସତେ କଣ ତୁଣ୍ଡ ଖୋଲିବାଟା ମୋର ଅପରାଧ ।


ଲଭିବାକୁ ଚାହିଁଥିଲି ଜୀବନେ ଟିକେ 

ସ୍ନେହ ଶ୍ରଦ୍ଧା ନାର୍ଯ୍ୟ ସମ୍ମାନ 

ପ୍ରତିବଦଳରେ ମିଳିଲା କେବଳ 

ସହାନୁଭୂତି ଆଉ ଦୟା 

ଆଉ ମୁଁ ପାରୁନି ପ୍ରତି କଥାରେ 

ଲଢିବାକୁ ଯୁକ୍ତିଯୁକ୍ତ ପ୍ରମାଣ ଦେବାକୁ 

ମୋର ଶକ୍ତି ସାମର୍ଥ୍ୟ ନାହିଁ 

ବାକ୍ ବିତଣ୍ଡା କରିବାକୁ 

ଚାହୁଁଛି ଉଡିଯିବାକୁ ବହୁ ଦୂର 

ପରେ ହୁଏତଃ ସଭିଏଁ କହିବେ 

ମୋତେ ନିହାତି ସ୍ବାର୍ଥପର ଚଢେଇଟା 

ଉଡିଗଲା ଲାଗି ଯିବା ପରେ ପର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action