ନିଛାଟିଆ କୋଳାହଳ
ନିଛାଟିଆ କୋଳାହଳ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଅଶାନ୍ତି ନିଆଁରେ ଜଳୁଛି ଏ ମନ
ନିଛାଟିଆ ଲାଗେ ସବୁ କୋଳାହଳ
ନିପାରିଲା ପଣିଆର ଅବଶୋଷ
ବାରମ୍ବାର ଧିକ୍କାର କରିଚାଲେ
ପ୍ରଶ୍ନ ପରେ ପ୍ରଶ୍ନ ନିଜକୁ ପଚାରେ
ଅତୀତକୁ ବିଶ୍ଳେଷଣ କରେ
ଜୀବନରେ ଭୁଲ ଠିକ୍ ର ହିସାବ
କାହିଁକି କିଛି ମୁଁ କରିପାରିଲିନି
ସାହସ କରିବାକୁ ଡରିଲି କାହିଁକି
କର୍ମଭୀରୁ ହୋଇ ରହିଗଲି ଜୀବନ ତମାମ
ଆଉ ଏ ବୟସର ଅପରହ୍ନେ
କଣ ବା କରିବାକୁ ବାକିଅଛି
ସମ୍ପୂର୍ଣ୍ଣ ପରାସ୍ତ ସୈନିକ ମୁଁ
ଦୁଇ ହାତ ଟେକି ଦେଇ ଶରଣ ମାଗୁଛି
ତ୍ରାହି କର ମୋତେ ମହାବାହୁ।।