STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ନିଆଶି ମୁଁ

ନିଆଶି ମୁଁ

1 min
173

ଆଖି ମୋର ଗଲା ଅଟକି, ଆଖି ମୋର ଗଲା ଅଟକି

ବଡ଼ଦାଣ୍ଡ ରେ ଦେଖିଲି ଆଜି  ଯାଉଥିଲେ ସେ ରଥରେ ବସି

ସେତ ଥିଲେ ବଡ଼ ମହାଜନ

ମୁଁଉ ଥିଲି ଗୋଟେ ଅକିଞ୍ଚନ

ସେ ରୂପ କଲା ମୋହିତ ମୋତେ  ହୃଦୟ ମୋ ଗଲା ତହିଁ ଲାଖି

ତାଙ୍କ କଳା ଶ୍ରୀମୁଖ ଦେଖି, ଆଖି ମୋର ଗଲା ଅଟକି ।


ବଡ଼ ଦାଣ୍ଡର ଶରଧା ବାଲି  ନିରାଶ୍ରୟ ହୋଇ ବୁଲୁଥିଲି

ସତେକି ନାଥ ଦୁଃଖ ପାସୋରା 

ଆସ କି ତୁମେ ହେବ ସାହାରା

ଅଧୀରେ ହେଉ ଅଛି ଉଚ୍ଛନ୍ନ  ତୁଳସୀ ବାସ ଯାଏ ମହକି

ମନ ପକ୍ଷୀ ଉଡି ବୁଲୁଛି, ଆଖି ମୋର ଗଲା ଅଟକି ।


ଏମିତି ଦେବତା କିଏ ଅଛି  ଭକତ ପାଇଁ ଆସେ ଝପଟି

ଛାଡଇ ରତନ ସିଂହାସନ

ପତିତଙ୍କୁ କରଇ ପାବନ

ଏମିତିକା କେଉଁଦୀନ,ଦୟାଳୁ  କହକାହିଁ ଅବା ଦେଖିଛକି

ମୋହିତ ହେଲି ରୂପ ଦେଖି, ଆଖି ମୋର ଗଲା ଅଟକି ।


ମୋଜୀବନେ ଯେତେଦୁଃଖ ଅଛି  କହ ତୁମେ ଅବା ଶୁଣିବକି

ଦିଶୁଅଛି ତୁମ ଚକା ଆଖି 

ଆଖି ମୋହର ଯାଉଛି ଲାଖି

ଆସ ଆସ ପତିତପାବନ  କରୁଛ କହ ଡେରି କାହିଁକି 

ମୁଁ ବା ନିରାଶ୍ରୟ ବୋଲି କି, ଆଖି ମୋର ଗଲା ଅଟକି ।


ବର୍ଷକେ ଥରେ ଆସିଛ ସିନା  କରନାହିଁ ପର ମଣିମା

ଆଖି ପୁରାଇ ମୁଁ ଦେଖିବି

ଆରବର୍ଷକୁ ଥିବି ନଥିବି

ନିଆଶି ମୁଁ ଆଶ୍ରାରେ ତୁମରି ଦର୍ଶନ ପାଇଁ ପଡ଼ି ରହିଛି

ଆଉ କର ଡେରି କାହିଁକି, ଆଖି ମୋର ଗଲା ଅଟକି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy