ନଗ୍ନତା ହଟାଇ
ନଗ୍ନତା ହଟାଇ
ଭଗ୍ନ ସମାଜର ନଗ୍ନ ଚିତ୍ରକୁ
ପ୍ରାଧାନ୍ୟ ଦିଏ
କାହିଁକି ଆମ ଏ ସମାଜ
ଗୀତିକାର ଚିତ୍ରଶିଳ୍ପୀ
ଅଭିନେତା ଅଭିନେତ୍ରୀ
ଅବା ଶିଳ୍ପୀ କଳାକାର
ଭୁଲନ୍ତି କାହିଁକି
ଆମ ସଂସ୍କାର ସଂସ୍କୃତି
କାହିଁକି ଭୁଲନ୍ତି ଆଧୁନିକତା ନାମେ
ଆମ ଚାଲି ଚଳଣୀ କୁ ଆଜ ?
ନଗ୍ନତା ଅଶ୍ଳୀଳତା କ'ଣ ଏତେ ଜରୁରୀ
କଳା ନାମେ ଅଭିନୟ ନାମେ
ବୁଦ୍ଧି ବିବେକ କୁ ଆମ ଦେଲୁଣି ଜାଳି ପୋଡି
ନୀତି ନୈତିକତା ଆମ ଆଉ ନାହିଁ କାହାରି
ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି ରେ
ଆମେ ସବୁ ଗଲୁଣି ଭୋଳି
ନିଶା ସେବନ କୁ ଅଙ୍ଗ ପ୍ରଦର୍ଶନ
ହୋଇଛି ଆଜି ଆମ ଫେସନ
ଯାତ୍ରା ଶିଳ୍ପ ସିନେମା ଶିଳ୍ପ
ସବୁଠି ଶୁଣିବ ଅଧିକାଂଶ
ଅଶ୍ଳୀଳ ସଂଳାପ
ହାସ୍ୟ ଅଭିନେତା ଠାରୁ
ମଞ୍ଚ ଅଭିନେତା ସମସ୍ତେ
ଖୋଜିଲେ ଲୋଭ ରେ ଲାଭ
ସେ ଗୀତ ହେଉ ବା ହେଉ ନାଚ
ଭେଳିକି ଦେଖେଇ
ନଗ୍ନତା ମାଧ୍ୟମେ ନିଜ
କଳା କୌଶଳକୁ
ଦିନୁଁ ଦିନ କରନ୍ତି ନୀଚ୍ଚ ।
ଶସ୍ତା ଗୀତ କୁ ଶସ୍ତା ସଂଳାପ
ନିର୍ଦ୍ଦେଶକ,ଗୀତିକାର,
କଳାକାର ବୃନ୍ଦ ସତେ କରନ୍ତି ବିଳାପ
ସମାଜେ ବଢଇ କୁସଂସ୍କାର ଦିନୁଁ ଦିନ
ଆଦର୍ଶ ବିହୀନ ନୀତି ବିହୀନ
ହୁଏ କିଆଁ ଆମ କଳା ପ୍ରଦର୍ଶନ
ଅଙ୍ଗ ପ୍ରଦର୍ଶନ ଅଶ୍ଳୀଳ ସଂଳାପ
ଚାହେଁନି ସମାଜ ଚାହେଁନି ସମାଜ
ଯୁବକ ଯୁବତୀ ଛାତ୍ରଛାତ୍ରୀ
ଭୁଲନ୍ତି ତାଙ୍କ ଆଦର୍ଶ ଓ ନୀତି
ଭଗ୍ନ ସମାଜର ନଗ୍ନ ଚିତ୍ର କୁ
ପ୍ରାଧାନ୍ୟ ଦିଏକ
କାହିଁକି ଆମ ଏ ସମାଜ
ଆମ ସଂସ୍କାର ଆମ ସଂସ୍କୃତି
ନୁହେଁ ନୁହେଁ କେବେ ହୀନ ବୀର୍ଜ୍ୟ
ଆମ କଳା ଆମ ସଂସ୍କୃତି
ଯୁଗେ ଯୁଗେ ଥିଲା, ଅଛି
ହୋଇ ରହିଥିବ ବଳବୀର୍ଜ୍ୟ
ନଗ୍ନତା ହଟାଇ ଭଦ୍ରତା ବଢାଇ
ହେ କଳାକାର ହେ ଶିଳ୍ପୀ ମୋର
ଗଢିବା ଗଢିବା ଆସ
କରି ଆମ ସମାଜକୁ ସମୃଦ୍ଧ ।
