STORYMIRROR

Lopamudra Parida

Action Others

4  

Lopamudra Parida

Action Others

ନବନିତା

ନବନିତା

1 min
358

ସବୁଥର କାନ୍ଦ କାନ୍ଦ ହେଲେ ଭାବେ କଥା ହେବି ତୁମ ସହ,

କହିବିନି କିଛି ଶବ୍ଦ ସାରି..... କିନ୍ତୁ ତୁମେ ବୁଝିଯିବ ।।

ପ୍ରତିଥର ଅଣନିଶ୍ବାସୀ ହେଉ ହେଉ ତୁମର ସେଇ

ଅମୃତ ନୀରବ ଶବ୍ଦ କେତୋଟି 

ମତେ ପୁଣି ପ୍ରଶ୍ବାସ କୁ ଫେରେଇଆଣୁଥାଏ ।


ସୁନାର ପଞୁରୀ ତଳେ ଏ ରୂପା ଛାଉଣୀଆ ଓଜନିଆ ପର ତକ 

କୋଉଦିନ ଆକାକ୍ଷାଂ ତାଲିକାରେ ନଥିଲା ମୋର ,

ଥିଲା ତ କେବଳ ସେଇ ଅମୃତ ଶବ୍ଦ ରୁ ଦି'ଟି 

ଜୀଇଁବା ଆଉ ମଜ୍ଜିଯିବା ପାଇଁ

ନିଜକୁ ହଜେଇଦେବା ପାଇଁ ସୀମାତିତ ରେ ।


ଦେହ ଟେ ଭିତରେ କିଏ କଣ ଜୀଏଁ?

କେଜାଣି ଜୀଉଁଥିବେ!

ମୁଁ ତ ଶବ୍ଦ, ଭାବ, ଅନୁଭବ ରେ ଜୀଏଁ ।।


ଧାନ ସବୁ ହେଂସ ଯାକ ଖେଳଉ ଖେଳଉ

ସୂର୍ଯ୍ୟ କାରଣର ଧାସ କୋମଳ ଲାଗେ ତ 

ମୁଁ ଫିଟିପଡେ ।


ଦେଖୁ ଦେଖୁ କିରଣ ରେଣୁ ସାରା ସହସ୍ର ମୁଁ

ଗୋଟେଇ ରଖିଥିବା କାଚଗୁଣ୍ଡରେ 

ମନର ପ୍ରତିବିମ୍ବିତ ଛବି କି ?


ସେ ଯା ହେଉ .....

ରେଣୁ ମାନେ କଅଁଳ ହାତରେ 

ମୋ ପଣତ ଭିଡୁଥିଲେ ସରାଗରେ ।

ହେଲେ କେମିତି କେଜାଣି 

ଏଇ ଅଣ୍ଟା ବନ୍ଧା ସରୁସୂତା ଧାର ଗୋଟେ ଟାଣିଆଣେ ।


ମୁଁ ଝିଙ୍କିହେଇ ଆସେ ସମ୍ମୋହିତା ପରି 

ସେ ଅମ୍ଲାନ ଆଲୋକ ରୁ

ଏ ଅଭିନବ ଅନ୍ଧାର କୋଳକୁ ।


ଜାଣୁଥାଏ ଏ ପଞୁରୀର ପ୍ରତିଟି ବାଡି ମାୟାରେ ଗଢା, 

ହେଲେ ପାଦଟିପଟି ଖସେଇପାରେ କୋଉ ଯେ !

ପୁଣି କାନ୍ଦ କାନ୍ଦ ହୁଏ,

ରୁନ୍ଧି ହଉ ହଉ ନିଜକୁ ରାନ୍ଧି ପକାଏ

ଦିନ ରାତିର ଗଣିତ ବହିରେ ।

ଆଉ ତମେ ମନେପଡ

ଧାର ଧାର ଲୁହ ସହ 

ଧାରେ ହସ ହେଇ ।

ସକାଳ ସହ ପୁଣି ମୁଁ ଠିଆ ହୁଏ 

ସେଇ ହସଟିକୁ ନବନିତା ପରି ନାଇ ନେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action