ନବ ପ୍ରଣୟୀ
ନବ ପ୍ରଣୟୀ
ଜୀବନକୁ ଆସ୍ବାଦନ କରିବାର ସୁଖ
ଯେତେ ସବୁ ହେଲାନି ପୂରଣ।
ନବ ସ୍ବାଦେ ପ୍ରାଣ ମୋ ତୃଷିତ
ଖୋଜେ ଖାଲି ସେ ପ୍ରଣୟୀ କୃଷ୍ଣ।
ଉନ୍ମନ ମୋ ପ୍ରାଣ ଆଜି ବେଣୁସୁର ପାଇଁ
ପ୍ରତୀକ୍ଷାରେ କଟେ କ୍ଷଣ କ୍ଷଣ।
ଇଚ୍ଛାର ତ ଶେଷ ନାହିଁ,ଆଶଙ୍କା ବା ଭ୍ରାନ୍ତି ନାହିଁ
ଲେଶମାତ୍ର ବିଶ୍ବାସରେ ଊଣା।
ମୋ ପ୍ରାଣର କୁଞ୍ଜରେ,ବସନ୍ତ ଗୁଞ୍ଜରେ
ମଞ୍ଜୁ ମଳୟର ଅଭ୍ୟର୍ଥନା।
ବନ୍ଧୁହେ ରସମୟ ହୃଦ ହୃଦ ବିନିମୟ
କରିବାକୁ ଚିତ୍ତ।
ଦିବାରାତ୍ରୀ ସଦା ସେ ଜାଗ୍ରତ।
ନୟନର ତୃଷ୍ଣାନେଇ
ଆତ୍ମା ଅପେକ୍ଷାରେ ଥାଇ।
ଜାଗେନାହିଁ ଆନ ତୃଷ୍ଣା
ସେ ତୋ ଦର୍ଶନେ ତୃଷିତ।
ଅଗଣିତ ଅୟନେ ଖୋଜୁଥାଏ ସ୍ବପନେ
କିବା ଦିବା ପ୍ରଦୋଷ ସର୍ବରୀ।
ସେହି ପ୍ରେମ ଅଭିରାମ ଜୀବନର ଶେଷ କାମ
ସେ ବର ପ୍ରଣୟୀ,ମୁଁ ପ୍ରେମିକା ତାହାରି।