Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Children

4  

Arjuni charan Behera

Children

ନାତୁଣୀ ଉଵାଚ

ନାତୁଣୀ ଉଵାଚ

1 min
267


ମଲ୍ଲିକା ମୋର ନାମ ଦେଇଛ 

ଜେଜେ ଡାକୁଛ ମିଲି l

ଜେଜୀ ମୋ ଡାକେ ଅନାରକେଲି 

ବାପା ଡାକନ୍ତି ଗେଲି ll


ମାଆ ଡାକନ୍ତି ଅତି ସ୍ନେହରେ 

ନାମଟି ମୋର ସ୍ନେହା l

ମୋହର ଯେତେ ଜଞ୍ଜାଳ ସହେ 

ସେଇଟି ମୋର ମାଆ ll


ଅଜା ଡାକନ୍ତି ଆଲୋ ମୋହର 

ସୁନ୍ଦରୀ ଶିରି ରାଧା l

ଆଈର ମୁହିଁ ବିଶ୍ୱ ସୁନ୍ଦରୀ 

ଅଜାକୁ ଦେବି ବିଧା ll


ସାନ ଜେଜୀ ମୋ ଦେଇଛି ନାମ 

ଶୁକ୍ଳ ଦ୍ଵିତୀୟା ଚାନ୍ଦ l

ନାତୁଣୀ ମୋର ହୃଦୟ ହାର 

ନ ଜାଣେ କିଛି ଛନ୍ଦ ll


ପିଉସୀ କହେ ଝିଅ ଆମର 

ଏକ ଅମୂଲ୍ୟ ହୀରା l

ଅମୁଲ୍ୟ ମଣି ଗୁଣର ଖଣି 

ସବୁ ନୟନ ତାରା ll


ଜେଜେଙ୍କ ସାଥି ସଙ୍ଗାତଙ୍କର 

ସୁନ୍ଦରୀ ମୁଁ ମଲ୍ଲିକା l

ଗେହ୍ଲା କରନ୍ତି ଜେଜେ ମୋ କେତେ 

କୋଳରେ ଧରି ଏକା ll


ସବୁରି କଥା ଶୁଣି ମୁଁ ଖାଲି 

ହସଇ ଖିଲି ଖିଲି l

ଖାଇ ଶୋଇକି ଅଳସ ଭାଙ୍ଗେ 

ମୁଁ କାଳେ ଗୋଟେ ଢୋଲି ll


ରଙ୍ଗ ରଙ୍ଗେଇ ଚଙ୍ଗ ଚଙ୍ଗେଇ  

ନାଆଁଟି ମୋର ମଲ୍ଲି l

ଶଙ୍କି ବିଲେଇ ଦିନରେ ଶୁଏ 

ରାତିରେ ଯାଏ ବୁଲି ll


ସଭିଙ୍କୁ ମୋର ନମସ୍କାର 

ଆଶିଷ ଦିଅ ଢାଳି l

ବିଦ୍ୟା ବୁଦ୍ଧିରେ ପ୍ରବୀଣ ହେବି 

ପ୍ରଭୁ ପୟରେ ଅଳି ll



Rate this content
Log in

Similar oriya poem from Children