ଗୁରୁଶିଷ୍ୟ ସମ୍ପର୍କ
ଗୁରୁଶିଷ୍ୟ ସମ୍ପର୍କ
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ମହେଶ୍ୱର
ଈଶ୍ବରଙ୍କ ଅବତାର,
ଗୁରୁ ମା ବାପା ଶିକ୍ଷକ ସୁଜନ
ବନ୍ଧୁ ସଖା ସହୋଦର l
ଗୁରୁ ଆଦି ଇତି ଗୁରୁ ଏହି ସୃଷ୍ଟି
ଗୁରୁ ଯେ ପରମ ବ୍ରହ୍ମ,
ଗୁରୁ ବିନେ ଜୀବ ନିର୍ଜୀଵ ସମାନ
ବ୍ୟର୍ଥ ଏ ମନୁଷ୍ୟ ଜନ୍ମ l
ଗୁରୁ ଆଶୀର୍ବାଦ ଦିଅଇ ଜୀବନେ
ଜୟ ବିଜୟର ମାର୍ଗ ,
ଗୁରୁ ସେବା କରି ଜଗତେ ସୁଲଭି
ପ୍ରାପ୍ତ ହେବା ପୁଣ୍ୟ ସ୍ବର୍ଗ l
ଗୁରୁ ତୁମେ ମୋର ଅଜ୍ଞାନ ରୂପକ
ଅନ୍ଧାରକୁ କଲ ଦୁର,
ଭରିଦେଲ କେତେ ସ୍ବପ୍ନ ଓ ସାହସ
ଜିଣିବାକୁ ଏ ସଂସାର l
ମୋ ଚଳାପଥର କଣ୍ଟା ଯେତେ ଥିଲା
ହଟେଇଲ ଜ୍ଞାନାଲୋକେ,
ସର୍ବ ଶ୍ରେଷ୍ଠ ପୂଜ୍ୟ ତୁମେ ହିଁ ତ ଗୁରୁ
ଏହି ସମଗ୍ର ଭୂଲୋକେ l
ତୁମ ସୁସଂସ୍କାର ସଦାଚାର ପାଇଁ
ଆସେ ମନେ ସୁବିଚାର,
ତୁମ ସ୍ନେହ, ଶ୍ରଦ୍ଧା ଅଜାଡ଼ି ଦେଇଛ
ମୋ ପ୍ରତି କେତେ ପ୍ରକାର l
ଅସାଧ୍ୟେ ସାଧନ ଅକର୍ମରେ କର୍ମ
ହୁଏ ନାମ ଧରୁ ଧରୁ,
ସଫଳର ପଥ ଦେଇଛ ତୁମେ ତ
ସଦା ଶ୍ରେଷ୍ଠ ପୂଜ୍ୟଗୁରୁ l
ଶବ୍ଦ ନାହିଁ ତୁମ ପ୍ରଶଂସା ନିମନ୍ତେ
ତୁଲ୍ୟ ପାଇଁ ଦ୍ରବ୍ୟ ନାହିଁ,
ଗୁରୁ ଶିଷ୍ୟ ସମ୍ପର୍କ ଅଟେ ଯେ ମହାନ
ରହୁ ଚିରଦିନ ପାଇଁ l
