STORYMIRROR

Sumitra Nayak

Tragedy Crime Inspirational

3  

Sumitra Nayak

Tragedy Crime Inspirational

ନାରୀ ସଦୟ ତୁଚ୍ଛ

ନାରୀ ସଦୟ ତୁଚ୍ଛ

1 min
393

ନାରୀ ଙ୍କୁ ସଦେୟ ତୁଚ୍ଛ ରେ ଦେଖ।

ଭୋଗ୍ୟ ବସ୍ତୁ ବୋଲି ସର୍ବଦା ଭାବ।

ତୁଚ୍ଛ ଅସମ୍ମାନ ବେଭାର ଯତାଇ।

ପ୍ରମାଣ ସ୍ଵରୁପନୀଚ୍ଚ ଭାବ ଦେଖାଇ।

ଇଙ୍ଗିତ କରୁଛି ମୁଁ ମୋ କଲମ ଧାରେ। 

କିପରି ମାନବ ନଜାଣ ବ୍ୟବହାରେ।

ରାମାୟଣେ ପ୍ରମାଣିତ ସମାଜ ର ଭାବ।

ସମାଜ ର ଚିନ୍ତା ଧାରା ସମାଜ ସ୍ୱଭାବ।

ସତୀ ସୀତା ଙ୍କୁ ଯେ କଳଙ୍କିତ ମାନି।

କଳଙ୍କିନୀ କହି ଅସତୀ ଯେ ମଣି।

ବିତାଡିତ କରି ନିଜ ସମାଜ ରୁ।

କଳୁଷିତ କର ତୁମ ମଳିନ ଚିନ୍ତା ରୁ।

ଯେଉଁ ନାରୀ ଅଗ୍ନି ପରୀକ୍ଷା ଦେଇଛି।

ନିଜ ସତୀତ୍ଵ ର ପ୍ରମାଣ ଦେଇଛି।

ତତ୍ପରେ ସମାଜ ଯେ ନିନ୍ଦା ଦେଇଅଛି।

ନୀଚ୍ଚ ତୁଚ୍ଛ ଭାବ ସଦେୟ ରହିଛି।

ନାରୀ ହସିଲେ କାଶିଲେ ଖରାପ।

ନାରୀ ବସିଲେ ଚାଲିଲେ ଖରାପ।

ନାରୀ ଭୁଲ୍ ପ୍ରତିଉତ୍ତରେ ଉଦଣ୍ଡ।

ନାରୀ ସ୍ଵୟଂ ଲକ୍ଷ୍ୟ ପୂରଣେ ପ୍ରଚଣ୍ଡ।

ନାରୀ ରାତ୍ରେ ଫେରିଲେ ଚରିତ୍ର ହୀନା।

ନାରୀ କିଛି ଭି କରୁ ଚରିତ୍ର ହୀନା।

ତୁଚ୍ଛ ମଣି ଅନ୍ତରୁ ଦିଅନ୍ତି ମାରି।

ଏହା ସାମାଜ ର ଗୁଣ ଦୁନିଆ ଦାରି।

ଆଶ୍ଚର୍ଯ୍ୟ ନୁହେଁ ଏ ସତ୍ୟ ବଚନ।

କଠୋର ଅବଶ୍ଯ ଏହା ସତ୍ୟ ବଚନ।

ସାମାଜ ରେ ନାରୀ ଙ୍କୁ ନୀଚ୍ଚ ସ୍ଥାନେ ରଖି।

ସ୍ଵଭାବ ବ୍ୟବହାର ନ ବଦଳାନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy