STORYMIRROR

Prabhati Mahapatra

Tragedy Inspirational

4  

Prabhati Mahapatra

Tragedy Inspirational

ନାରୀ ମନ ତଳ ଭାଷା

ନାରୀ ମନ ତଳ ଭାଷା

1 min
210


ଯୁଗ ପରେ ଯୁଗ କେତେ ଯୁଗ ପରେ

ନାରୀ କବି ଆଗମନ

ଏମିତି ଜଳିବ ଖୁସିର ଦୀପାଳି

ଭାବି ତ ନଥିଲା ମନ ।


ନାରୀ ହୃଦୟର ଅକୁହା କଥାକୁ

କିଏ ବା ପାରିବ ଜାଣି

ଲେଖନୀରେ ତୋଳେ ମାନସୀକନ୍ୟାକୁ

ମନ କଥା ବୋଳି ବୋଳି ।


ସଂସାର ଜଞ୍ଜାଳେ ନିଜକୁ ସମ୍ଭାଳେ

ଆପଣାର ଭାବି ସର୍ବେ

ବ୍ୟସ୍ତତା ଭିତରେ ବଣ ଫୁଲ ପରି

କେବଳ ଫୁଟଇ ପର୍ବେ ।


ରୁଢିବାଦୀ ଯେତେ ପାଦରେ ଶିକୁଳି

ଶକ୍ତ କରି ଦେଲେ ବାନ୍ଧି

ତହିଁରେ ପ୍ରତିଭା ଧୂଳିସାତ୍ ହୁଏ

ଯନ୍ତ୍ରଣାରେ ମନ ଧନ୍ଦି ।


ସୁର ତାଳ ଭୂଲି ଲୋଡିକୁ ଶୁଣାଏ

ସନ୍ତାନକୁ ଧରି କୋଳେ

କବି ମନ ତାର ଲେଖନୀକୁ ତ୍ୟାଗୀ

ରୁହେ ସେ ରନ୍ଧନଶାଳେ ।


କୁମାରୀ ଆଖିରେ କେତେ ଯେ ସପନ

କବିତାରେ ଦେବି ମନ

ନାରୀ ସିନା ବୁଝି ନାରୀର ହୃଦୟ

ଦେବା ପାଇଁ ସନମାନ ।


ଘର ଚାରି କାନ୍ଥ ଡେଇଁ ପାରେ ନାହିଁ

ସତେ ନୃପ ପାଳେ ପ୍ରଜା

ଗୃହର ଗୃହିଣୀ ଯେସନେ ମୃଗୁଣୀ

ଶୃଗାଳ ପାଇଁକି ଖଞ୍ଜା ।


ଅନେକ ଯନ୍ତ୍ରଣା ମନ ତଳେ ଦବେ

ନବୋଲିଣ ବିଚଳିତ

ଲେଖନୀ ଧରିଛି ଉଦ୍ଧୃତ କରିବ

ବିଫଳରେ ସମାହିତ ।


ଆଜି ଏ ଜୀବନ ଆଶ୍ଵସ୍ତି ଲଭିଛି

କହି ପାରେ ମନ ଖୋଲି

ଲେଖା ମାଧ୍ୟମରେ ପ୍ରକାଶିତ କରି

ଦୁନିଆଁରେ ଆସେ ଚାଲି ।


ବହୁଳ ମାତ୍ରାରେ ନାରୀ ଜାଗରଣ

ଦେଶକୁ କରିଛି ସ୍ୱଚ୍ଛ

ମାଗାଜିନ୍ କିବା ସମ୍ବାଦ ପୃଷ୍ଠାରେ

ନିଜକୁ କରିଛି ଯୋଗ୍ୟ ।



Rate this content
Log in

Similar oriya poem from Tragedy