STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ନାରୀ ହୀରା

ନାରୀ ହୀରା

1 min
178

ବିଶ୍ୱ ନିୟନ୍ତାଙ୍କ ପବିତ୍ର ସୃଷ୍ଟିରେ

ନାରୀ ତୁମେ ଏକ ହୀରା

କେବେ ଭଗିନୀ , କେବେ ଜାୟା ତ

ପୁଣି କେବେ ମାଆ ରୂପେ ବନ୍ଦନୀୟା

ଦୁଇ କୂଳ ରକ୍ଷା କାରି ନାମ ତୁମ ଦୁହିତା

ସୃଷ୍ଟିର ରକ୍ଷା କାରିଣି ନାମ ଜଗତ୍ ଜିତା ।

ସବୁକଷ୍ଟ ସହି ତୁମେ ହୀରା ପରି ଝଲସ


ସଂସାରର ମଧୁବନେ ଫୁଲ ତୁମେ ଫୁଟାଅ

ସ୍ନେହ ବାଣ୍ଟି ଲୁହ ପୋଛି ଘରକୁ ତୁମେ ହସାଅ

ନାରୀ ଶକ୍ତି ମୂଳେ ସର୍ବଦ ସମୃଦ୍ଧି ହୁଅଇ

ତଥାପି ସମାଜର ବଡଦଣ୍ଡେ କେବେହଲେ

ନାରୀଟିଏ ଏକା ଚାଲି ନ ପାରଇ ,

ପୁରୁଷର ଲୋଲୁପ ଦୃଷ୍ଟି ପଡେ ତା ଉପରେ

ସୁରକ୍ଷିତ ନୁହେଁ ନାରୀ ଘରେ କି ବାହାରେ ।

ନାରୀ ଆଖିର କଷଟି ପଥର

ଜାଣିପାରେ ପୁରୁଷର ଲୋଲୁପ କଟାକ୍ଷ

ନାରୀ ଟିଏ ବି ଦେଖେ ସ୍ୱପ୍ନ

ଆଉ ସ୍ୱପ୍ନରେ ତୋଳେ ବୀଣାର ଝଙ୍କାର

କିନ୍ତୁ ସବୁ ପ୍ରୟାସ ତାର ହୁଅଇ ନିଥର ।

ନାରୀ ଏକ ଅଦୃଶ୍ୟ ହୀରାପରି

ଚାପି ରଖେ ହୃଦୟରେ ତାପ

ତାର ଏକାନ୍ତ ପଣରେ

ସବୁତାପ ହୁଏ ବାଷ୍ପିଭୂତ

ନିତି ମରି ନିତି ସିଏ ଜୀଏଁ

ପାଇବା ପାଇଁ କାହାଠାରୁ ଟିକେ

ସ୍ନେହର ଉଚ୍ଛାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract