ନାଣ୍ଢି ନାନୀ ପ୍ରେମ କାହାଣୀ
ନାଣ୍ଢି ନାନୀ ପ୍ରେମ କାହାଣୀ


ନାଣ୍ଢି ନାନୀ ଆମ ଇସିକୁଲେ ଯାଇ
ପ୍ରେମ କରିବା ଶିଖିଲା
ସାଥୀ ମେଳେ କଥା ବାର୍ତ୍ତା ହୋଇ ପ୍ରେମ
ମାନେ କଣ ଜାଣି ଗଲା ।
ନଡୁ, ପାଡୁ, ଚେପୀ, ଚୁଇଁନି ଚୂମୁକି
କେତେ ସାଙ୍ଗ ପିଲା ତାର
କରେ ଖୁସି ମଜା, ଖାଏ ଖଜା ଗଜା
ସଙ୍ଗ ରେ ବୁଲେ ବଜାର ।
ହସି ଖେଳି ବୁଲି, ସେଇ ଚୁଲ୍ ବୁଲି
ବାଳିକା ନାଣ୍ଢି ଆମର
ଚିହ୍ନିଲା ସଭିଙ୍କୁ ପ୍ରେମ କରିବାକୁ
ହେଲା ଧୀରେ ଆଗଭର ।
ଗଭାକୁ ଶୋଭାଇ ବେଣୀକୁ ବନ୍ଧାଇ
ଗାଆଁ ପିଲା ମାନଙ୍କର
ମନ ମୋହି ନେଲା ଖୋଷାରେ ଖୋସିଲା
ଗୋଲାପ, ଚମ୍ପା, ଅତର ।
ମାଖି ହୋଇ ବେଶ ସାଜି ହସ ହସ
ଓଠେ ନାଇ ଲିପ୍ ଷ୍ଟିକ୍
ମୁହଁ ମୁଡ଼ି ମୁଡି ସେଇ ନାଣ୍ଢି ବୁଢ଼ୀ
ଦେଖାଇଲା ମିଷ୍ଟିକ ।
ଦୁଧ ଗନ୍ଧେ ସାପ, ଗାତରୁ ବାହାରି
ଆସେ ଚଞ୍
ଚଳ ଯେ ପରି
ନାଣ୍ଢି ନାନୀ ପ୍ରେମେ ଗାଆଁ ପିଲା ମାନେ
ଫସିଲେ ସବୁ ସେ ପରି ।
ପ୍ରଥମେ ଚାଲିଲା ଚିଠି ଦିଆ ନିଆ
ଯଉବନ ଖେଳ ରାସ
ପ୍ରେମ ପତର ଯେ ଅନେକ ଅନେକ
ଅଭିନନ୍ଦନ ଓ ହାସ ।
ଶୁଭେଚ୍ଛାର ବାର୍ତ୍ତା ବହନ କାରୀ ଏ
ଗଳ୍ପ କବିତା ସାହିତ୍ୟ
ସହିତ ବହୁତ ଖୁସି ମଜା କଥା
ଥଟ୍ଟା ଛଳ ପରିହାସ ।
ପିଲା ଏ ରଚନ୍ତି ନାଣ୍ଢିକୁ ଦିଅନ୍ତି
ନାନୀକୁହଇ ବଢିଆ
ହାବ ଭାବ, ପ୍ରୀତି ଅନୁରାଗ ନିତି
ନାଣ୍ଢି ସାଥେ ଦିଆ ନିଆ ।
ପେମ ଫାସ ଜାଲେ ନାଣ୍ଢି ନାନୀ କୋଳେ
ଶୋଇଲେ ପିଲା ଆସିକି
ନବମ ଶ୍ରେଣୀ ରେ ପଢୁୁ ପଢ଼ୁ ନାନୀ
ହୋଇଗଲା ଗର୍ଭ ବତୀ ।
ଅନ୍ୟକୁ ଫସାଇ ନିଜ କ୍ଷତି କଲା
ନାଣ୍ଢି ନାନୀ ଟି ବିଚାରୀ
କୁଟୁ କଚେରୀରେ ମାମଲା ଚାଲିଲା
ମଲା ସେ ପିଲାକୁ ଧରି ।