STORYMIRROR

Naliniprava Subudhi

Fantasy

4  

Naliniprava Subudhi

Fantasy

ନାଲିର ଗୁଣ

ନାଲିର ଗୁଣ

1 min
376


ନାଲି ରଙ୍ଗର ଗୁଣ ବର୍ଣ୍ଣନା

କିବା କରିବି ରେ ଭାଇ ।

ଦିବସ ହେଲେ ଆକାଶ କୋଳେ

ନାଲି ସୂରୁଜ ହସଇ ।


ବାଳ ସୂରୁଜ ଦେହକୁ ହିତ

ନାଲି କିରଣ ପଡିଲେ ।

ସଧବା ନାରୀ ନାଲି ସିନ୍ଦୁର 

ପିନ୍ଧଇ ନିଜ ଭାଲେ ।


ନାଲିରଙ୍ଗଟା ବହୁତ ଶୁଭ

ସଧବା ନାରୀ ପାଇଁ ।

ନାଲି ସିନ୍ଦୁର ନାଲିଆ ଶଙ୍ଖା

ଶେଷ କାଳରେ ଲୋଡ଼ଇ ।


ସାଧବ ବୋହୁ ବରଷା ଦିନେ

ପିନ୍ଧି ନାଲିଆ ପାଟ ।

ଥିରିଥିରିକା ଯାଉଛି ଚାଲି

ସୁନ୍ଦର ଦିଶେ ବାଟ ।


ଶୁଆର କଣ୍ଠ ନାଲିଆ ଦିଶେ

ନାଲିଆ ପକ୍ବଫଳ ।

ନାଲି ସୂରୁଜ ଦିଶେରେ ପୁଣି

ଅସ୍ତ ହୋଇଲେ ବେଳ ।


ସପ୍ତରଙ୍ଗରେ ନାଲିରଙ୍ଗଟା

ମନକୁ ନିଏ ଟାଣି ।

ନାଲିଓଠରେ ଦେଲେରେ ହସି

ହୃଦୟ ହୁଏ ହାଣି ।


ନାଲିଆ ଦିଶେ ରକ୍ତ ମନ୍ଦାର

ଦୁର୍ଗାଙ୍କ ଗଳାହାର ।

ମହିଷାସୁର ବିନାଶ କଲେ

ସୃଷ୍ଟି କରିଲେ ଉଦ୍ଧାର ।


କଳା ଶ୍ରୀମୁଖ ଅଧର ନାଲି

ମୂରଲୀ ମଧୁସୁଦନ ।

ଅଧରାମୃତ ପାନ କରିଲେ

ରାଇଙ୍କ ମାନ ଭଞ୍ଜନ ।



Rate this content
Log in

Similar oriya poem from Fantasy