STORYMIRROR

Satyabati Swain

Tragedy

3  

Satyabati Swain

Tragedy

ନାହାଁନ୍ତି ବାହାରେ ଅଛନ୍ତି ଭିତରେ

ନାହାଁନ୍ତି ବାହାରେ ଅଛନ୍ତି ଭିତରେ

1 min
409


ଆଗେ ବାପା ମାନେ ଏମିତି ଥିଲେ

ଥିଲା ଆକଟ ମାଡ଼

ଶାସନ ଥିଲା ବି 

ହୃଦୟ ଭର୍ତ୍ତୀ

ଅଗାଧ ଭଲ ପାଇବା।


ମୁଁ ବି ଖୁବ ଡରେ 

ବାପାଙ୍କୁ

ସେ ଘରକୁ ଆସିଲେ

ଦିନ ଗଣେ 

କେବେ ତାଙ୍କ ଚାକିରୀ କୁ

ଫେରିଯିବେ

ବହୁତ ଶିକ୍ଷା ସଂସ୍କାର

ଶଗଡ଼ ଗୁଳାରେ 

ଚାଲିବାକୁ କୁହନ୍ତି

ଅଣନିଶ୍ୱାସୀ ଲାଗେ।


ବୋଉ ମୁଣ୍ଡରୁ 

ଲୁଗା ଖସେନି

ଦିନରେ ଶୋଇବା

ଅଳସୁଆମୀର ଚିହ୍ନ

ସେଇଥିପାଇଁ

ଆଜିଯାଏ ବି

ଦିନରେ ଶୋଇବା ଅଭ୍ୟାସ

ନାହିଁ ମୋର।


ସେ ଚାକିରିକୁ ଚାଲିଗଲେ

ଖାଲି ପଣ ଟେ

ମୋତେ ଗ୍ରାସ କରନ୍ତି

ତାଙ୍କ ସାର୍ଟ ଟଙ୍ଗା

କଣ୍ଟାଟାକୁ ଟିକେ ଛୁଏଁ

ପାଟିରୁ ଆପେ ବାହାରି ପଡେ

ବାପା ।


ବାପା ଯେତେ ଦିନ ଯାଏ

ଘରେ ରୁହନ୍ତି

ସମସ୍ତେ ଆର୍ଲଟ

ହୋଇ ରୁହନ୍ତି

ଭାରି ପ୍ରିନ୍ସପୁଲ୍ ଲୋକ

ମୋ ବାପା।


ଲୁହ ଭବିଷ୍ୟତ ରାସ୍ତା

ଝାପ୍ସା କରେ

କାନ୍ଦିବୁନି କେବେ

ବାପା ଆପଣ କହିଥିଲେ

ମାନିଛି ସେଇ କଥା

ଯେତେ କଷ୍ଟ ହେଲେବି

ଦେଖ ବାପା ମୁଁ ଆଦୌ କାନ୍ଦେନି।


ଏବେ ବହୁତ ଖୋଜେ

ସେଇ ଆକଟ, ଶାସନ ,ଭୟ

ଶଗଡ଼ ଗୁଳା

କିନ୍ତୁ

ଖୋଜିଲେବି ମିଳେନାହିଁ।।


ତାଙ୍କ ସାର୍ଟ ସ୍ବେଟର

ଏବେ ବି ଭଙ୍ଗା ହୋଇ

ବାକ୍ସ ଭିତରେ ଅଛି

ହାତ ବୁଲେଇ ଆଣିଲେ

ସତେକି ବାପାଙ୍କୁ ଛୁଇଁଲା ପରି ଲାଗେ

ସେମାନେ ବି ବାପା ବାପା ବାସନ୍ତି।


ବାପା ସିନା ନାହାଁନ୍ତି ବାହାରେ

କିନ୍ତୁ

ଅଛନ୍ତି ମୋ ଭିତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy