STORYMIRROR

Kali Kumar

Abstract Romance Others

3  

Kali Kumar

Abstract Romance Others

ନାଚୁଥିବା ସେ ବିନ୍ଦୁ ତ୍ରୟ

ନାଚୁଥିବା ସେ ବିନ୍ଦୁ ତ୍ରୟ

1 min
262

ନାଚୁଥିବା ସେ ବିନ୍ଦୁ ତ୍ରୟ

ସତେ ଯେମିତି କେଉଁ ଏକ

ଗୁପ୍ତ ରହସ୍ୟର ପେଡ଼ିକୁ

ଉନ୍ମୋଚନ କରିବା ପାଇଁ

ନିଜ ଭିତରେ ସଦା ସର୍ବଦା

ଆଉଟୁ ପାଉଟୁ ...

ସେ ବିନ୍ଦୁ ତ୍ରୟ

ସମୁଦ୍ର ବକ୍ଷ ଉପରିସ୍ଥ

ତରଙ୍ଗମାଳା ସମ ବେଶ୍ !

ଚଳଚଞ୍ଚଳ, ପ୍ରତୀକ୍ରିୟାଶୀଳ; ଆଉ

ସମୁଦ୍ର ଗର୍ଭସ୍ଥ ଜଳରାଶି ସମ

ସେ ଅଧିକ;

ଗୁରୁ ଗମ୍ଭୀର, ସ୍ଥିର, ନିଶ୍ଚଳ ।।

ଜାଣେନା, ଜାଣେନା !

କେତେବେଳେ କେଉଁ ରୂପେ

ସେ ଛିଡ଼ା ହୁଏ ମୋ ସମ୍ମୁଖେ;


କିନ୍ତୁ ! ତା' ଠୁ ମୁଁ ପାଇଛି

କଳା ବାଦଲ ଚନ୍ଦ୍ରକୁ

ଢାଙ୍କି ଦେବାର ଭୟ

ପୁଣି, କେତେବେଳେ ନୀରବ ସ୍ତୁପ ସାଜି

ମୋ ନବ୍ୟ ନିର୍ମିତ ସୌଧକୁ

ଭୁଶୁଡ଼େଇ ଦେବାର ସଂଶୟ

ପୁଣି ମୃତ୍ୟୁର ଶାନ୍ତ ଯବନିକା

ଆଉ ଜୀବନ ବଂଚିବାର ମିଛ ପ୍ରହେଳିକା ।।

ସମୟ ଅନ୍ତରାଳେ, ସେ ବିନ୍ଦୁ ତ୍ରୟ

ମୋ ନିଃସଙ୍ଗତାକୁ ବାଣ୍ଟେ

ଅଜଣା ଅଦେଖା ରାସ୍ତାରେ ଝୁଂଟେ

ପୁଣି; ନାଚେ, ହସେ, ରସେ

ତା' ପରେ ନୀରବେ

ମୋ ଅଭିଶପ୍ତତାର କାଳିମାରେ ମିଶେ

ଆଉ

ଭସା ବାଦଲର ପିଠିରେ ନାଉ ହୋଇ

ବୋହିଯାଏ; ଆକାଶର କାହିଁ କେଉଁ

ଅସ୍ପଷ୍ଟ ଅଦୃଶ୍ୟ ଅଜଣା ପ୍ରଦେଶକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract