ନାଆଁଟି ତା'ର ଶାନ୍ତି
ନାଆଁଟି ତା'ର ଶାନ୍ତି
🙏 ନାଆଁଟି ତା'ର ଶାନ୍ତି🙏🙏
************ଅପର୍ତ୍ତି ସେଠୀ**
(ରମ୍ୟ ରଚନା)
ଭାଇ,ନାଆଁ ସିନା ତାର ଶାନ୍ତି,
ସବୁ ଅଶାନ୍ତିର ମୂଳ କାରଣ ସେ
ଯା' ପାଇଁ ମୁଁ ଜଳେ ନିତି,
ନାଆଁଟି ତାହାର ଶାନ୍ତି।
ଧନ୍ୟ ତାର କରାମତି,
ଧନ୍ୟ କହିବ ତା' ବାପା ଓ ବୋଉଙ୍କୁ
ଧନ୍ୟ ତା' ଜନମ ତିଥି,
ନଥିଲା ଜାଗାରୁ କେଁ କାଢି ସିଏ
ମେଲେଇ ଦିଏ ତା' ପାଟି,
ନାଆଁଟି ତାହାର ଶାନ୍ତି।
ଯେଉଁ ଦିନୁଁ ମୋର ଧରିଲା ସେ ହାତ
ପଡ଼ିଲା ମୋ ଶନିଦଶା,
ସେ ଦିନରୁ ମୋର ରକତ ଶୋଷୁଛି
ସତେ ମେଲେରିଆ ମଶା,
ହୃଦ ମୋ ପୋଡି ମରୁଛି,
ଆଜିଯାଏଁ ମୋର ଦୁଃଖ ସରୁନାହିଁ
କାନ୍ଦୁଛି ଯା' ଦିନରାତି।
ନାଆଁ ସିନା ତାର ଶାନ୍ତି।
ଜହ୍ନିମଞ୍ଜି ରଙ୍ଗ ଚେହେରାଟି ତାର
ସତେ ମାଆ ଧୂମାବତୀ,
ପାହୁଲ ପକେଇ ଦୁମୁଦୁମୁ ଚାଲେ
ସତେ କି ଗୁଣ୍ଠୁଣିହାତୀ,
ଘଡ଼ଘଡ଼ି ଭଳି ରଡ଼ି ଶୁଣି ତା'ର
ଫାଟିଯାଏ ମୋର ଛାତି,
କଥାକଥାକରେ ମାତିଯାଇ ସିଏ
ନେଇଯାଏ ମୋର ଜାତି,
କିଭାଗ୍ଯମୋହର କି ବେଳାରେ ତାକୁ
ଜୁଟେଇଲେ ପ୍ରଜାପତି,
ପ୍ରତି ମୁହୂର୍ତ୍ତରେ ଦେଶୀ ସାହିତ୍ୟର
କରେ ମୋ ଉପରେ ବାନ୍ତି,
ନାଆଁ ସିନା ତାର ଶାନ୍ତି ....।
ସକାଳୁପ୍ରହରୁ ଗେଜେରେଗେଜେରେ
ଥମୁନି ତାହାର ପାଟି,
କେତେ ଆଉ ତାକୁ ତଳି ହାତ କରି
ତେଲେଇବି ଦିନରାତି,
ଯେତେପରକାରେ ତେଲବି ମାଇଲେ
ପୁରେଇଦେଉନି କତି,
ନାଁ ସିନା ତାର ଶାନ୍ତି।।
ଫେସ୍ବୁକ୍ ଫ୍ରେଣ୍ଡ୍ ହଜାରେ ତାହାର
ସ୍ମାର୍ଟ୍ ଫୋନ୍ ତାର ସାଥୀ,
ଦିନ ରାତି ଦେଖେ ଟିଭି ସିରିଏଲ
ନ କରି ଘର ପାଇଟି।
ରଜ କ୍ଵିନ୍ ହେବ ଅଡିସନ ଦେବ
ଗୋଡ଼କୁ ରହିଛି ଟେକି,
ନାଁ ସିନା ତା'ର ଶାନ୍ତି,।।
ଶାଢ଼ୀ ପିନ୍ଧା ଏବେ ଭୁଲି ତ ଗଲାଣି
ପିନ୍ଧୁଛି ସଟ୍ ନାଇଟି,
ଅନ୍ଲାଇନ୍ରେ ମଗେଇ ଖାଉଛି
ବର୍ଗର୍ ପିଜା ପେଟିସି,
ବଜାର ବୁଲିବା ସପିଂ କରିବା
ଅଭ୍ଯାସ କଲାଣି ନିତି।
ନାଁ ତା'ର ଭାଇ ଶାନ୍ତି।।
ବର୍ଣ୍ଣନାକରିଲେ ହେବଗୋଟେ ପୋଥି
ତାର ଯେତେ ଗୁଣ କୀର୍ତ୍ତି,
ତେଣୁ ଭଗବାନ ତାକୁ ଦିଅ ଜ୍ଞାନ
କରୁଛି ବାରେ ମିନତୀ,
ଖାଣ୍ଟି ଓଡ଼ିଆଣୀ ହୋଇ ପତି ପାଇଁ
କରୁ ସେ ବ୍ରତ ସାବିତ୍ରୀ।
ଶାଶୁ ଶ୍ଵଶୁର ଓ ପତି ସେବା କରି
ହେଇଯାଉ ଭବୁ ମୁକ୍ତି।
ନାଆଁଟି ତାହାର ଶାନ୍ତି।।।।।।
(ପାଳକଣା, କୋରୋ, କେନ୍ଦ୍ରାପଡ଼ା
ମୋ - ୭୮୯୪୩୯୮୫୦୦)
