STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଯେବେ ମୋବାଇଲ ଆସିଗଲା

ଯେବେ ମୋବାଇଲ ଆସିଗଲା

1 min
16


ଘଣ୍ଟା କରୁନାହିଁ ଟିକ୍‌ଟିକ୍ ଯେବେ

   ମୋବାଇଲ ଆସିଗଲା,

ସେଇ ମୋବାଇଲ ଆସିଗଲା ଯେବେ

   କ୍ୟାମେରା ରିଟାୟାର୍ଡ‌ ନେଲା।

ଶେଷ ହୋଇଗଲା ରେଡ଼ିଓ ପ୍ରୋଗ୍ରାମ

    ମୋବାଇଲ ଆସିବାରୁ,

ସେଇ ମୋବାଇଲ ଆସିଲାରୁ ଗୀତ

    ଶୁଭିଲାନି‌ ରେକର୍ଡରୁ‌।

ପୁଣି ମୋବାଇଲ ଆସିଲା ଦିନରୁ

    କା'ହାତରେ ନାହିଁ ଟର୍ଚ୍ଚ ,

ଏଇ ମୋବାଇଲ ପାଇଁ ଚିଠିପତ୍ର

    ହୋଇଗଲା ଭାଇ ଶେଷ।

କାଲ୍‌କୁଲେଟର କାର୍ଯ୍ୟ ଶେଷ ଏଇ

    ସ୍ମାର୍ଟ୍ ମୋବାଇଲ କଲା,

ଏଇ ମୋବାଇଲ ଫେସ୍‌ବୁକ୍‌ ପ୍ରେମେ‌

    ଦୁନିଆଁଟା ବାଈ ହେଲା ।

ଏମିତି ଅନେକ ଯନ୍ତ୍ର ଶେଷ ହେଲା 

    ଏଇ ମୋବାଇଲ ପାଇଁ,

ଶେଷରେ ଆମର ଶାନ୍ତି ଟିକେ ଥିଲା

     ଗଲାଣି ତ ଶେଷ ହୋଇ।

ସବୁ ପରେ ଯଦି ଆପଣଙ୍କ ଫୋନ୍

     ଘରଣୀ ହାତକୁ ଆସେ,

ଅବିଳମ୍ବେ ଭାଇ ଆପଣଙ୍କ ଶେଷ

    ହୋଇଗଲା ଜାଣ ନିଶ୍ଚେ।

ମୋବାଇଲ ପ୍ରେମ ଭାରି ଅଠାଳିଆ

    କାହାକୁ ସେ ଛାଡ଼େ ନାହିଁ,

ପରକୀୟା ପ୍ରୀତି ପ୍ରବଳ ବଢୁଛି

    ଧନ୍ୟ ମୋବାଇଲ ଏହି।

ଅନେକ ଯନ୍ତ୍ରକୁ ଦେଇ ଅବ୍ୟାହତ

    ମୋବାଇଲ ରାଜ୍ କରେ,

ମୋବାଇଲ ପାଇଁ ଏ ସାରା ଦୁନିଆଁ

    ଆମରି‌ ହାତ ମୁଠାରେ।

ଧନ୍ୟ ହେ ଆପଣ ମାର୍ଟିନ କୁପର୍

   ମୋବାଇଲ ସୃଷ୍ଟି କଲ,

ତା'ପେଟରେ ବିଶ୍ଵ ବ୍ରହ୍ମାଣ୍ଡ ଭରିଲ

    ସବୁ ଯନ୍ତ୍ର ଠାରୁ ଭଲ।

କବି କି ଲେଖକ ଏ ସାରା ଜଗତ

    ଖୁସି ମୋବାଇଲ ପାଇଁ,

ଭଲ କାର୍ଯ୍ୟେ ଏହା କର ବ୍ୟବହାର  

    ମନ୍ଦରେ ‌ଲଗାଅ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy