STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସୁନାବେଶ ହୁଏ ଘରଣୀ ମୋର

ସୁନାବେଶ ହୁଏ ଘରଣୀ ମୋର

1 min
12


    (ରମ୍ୟ ରଚନା)


ବାହୁଡ଼ା ଯାତ୍ରାରେ ଠାକୁର ହୁଅନ୍ତି

   ରଥେ ସିନା ସୁନାବେଶ,

ଘରଣୀ ମୋହର ସୁନାବେଶ ହେବ

   ସେ ଲାଗି କରିଛି ରୋଷ।

ଲକ୍ଷ୍ମୀ ସିନା ରୋଷ ହୋଇ ନନ୍ଦିଘୋଷ

    ରଥ କାଠ ଭାଙ୍ଗି ଥିଲେ,

ସେଭଳିମୋଘରେ ଯେ ହେରାପଞ୍ଚମୀ 

    ନିତି ଭଙ୍ଗାରୁଜା ଚାଲେ।

ନିଜ ବାପଘରୁ ସୁନାଜିନିଷଟି

    ବକଟେ‌ ସେ ଆଣିନାହିଁ,

କେମିତି ଆଣିବ ପଳେଇ ଆସିଛି

    ଲଭ୍‌ କରି ପରା ସେହି !

ବାପା ମାଆ ମୁହେଁ ଚୂନକାଳି ବୋଳି

    ମୋ ସହ ଆସିଲା‌ ଲୁଚି,

ଯାନ ଯ‌ଉତୁକ ବାଟ ଖର୍ଚ୍ଚ ମୋତେ

    ମିଳିଲାନି ମୋଟେ କିଛି।

ତେଣୁ ରଙ୍ଗୀ‌ ସୁନା ଜିନିଷ ପିନ୍ଧିବ‌

    ଅନ୍ଯ ମାଇପିଙ୍କ ଭଳି,

ମୋ ଭଳିଆ ଫୁଲ୍ ବେକାର ସହିତ

    ନିତି ଲଗ‌ଉଛି କଳି‌।

ଦିନେ ରଙ୍ଗୀ ଯିଦି‌ ଧରିଲା ଯେହେତୁ

    ସୁନାକାନ ଫୁଲ ପାଇଁ,

ବଜାରରୁ ଆଣି ମୁଁ ଇମିଟେସନ

   ରଙ୍ଗୀକୁ‌ ଦେଲି ଧରେଇ।

ଜାଣିପାରିଲାନି‌ ଅସଲି ନକଲି

   କାନଫୁଲ ପିନ୍ଧି ନେଲା,

ଏମିତି ବିଭିନ୍ନ ଇମିଟେସନରେ

    ରଙ୍ଗୀ ମୋର ଜଳୁଥିଲା।

ଗତ ବର୍ଷ ରଥ ଯାତରାକୁ ରଙ୍ଗୀ

    ଗଲା ସୁନାବେଶ ହୋଇ,

ଗହଳି ଭିତରେ ତା'ବେକରୁ ଚେନ୍‌

   ଗଲା ସେଠି ଚୋରୀ ହୋଇ।

ବାଡ଼େଇ ଛାଟିକି ହୋଇ ମୋ ଘରଣୀ

    ମୁଣ୍ଡ‌ ସେଠି ଦେଲା ପିଟି ,

ବୁଝେଇ କହିଲି କିଣିଦେବି ପୁଣି

    ମୁଁ ପରା ତୋ' ଯୋଗ୍ୟ ପତି।

ମାତ୍ର ଶହେଟଙ୍କା ଚେନ୍‌ଟିର ଦାମ୍

    ମୁଁ କିନ୍ତୁ ଥିଲି ଜାଣି,

ତା'ପରେ ବଜାର ଯାଇ ରଙ୍ଗୀ ପାଇଁ

    ଆଣିଲି ଦି'ଟା କିଣି।

 ମୁଁ ଦିନେ ନାହିଁ ସୁନାଚେନ୍‌ ନେଇ

    ଘରଣୀ ବଜାର ଗଲା,

କେତେ ଟଙ୍କା ହେବ ଜିନିଷ ବିକିଲେ

    ବଣିଆକୁ‌ ଦେଖେଇଲା।

ବଣିଆ‌ କହିଲା ଏସବୁ ନକଲି

    ସୁନା ତ ଏଥିରେ ନାହିଁ,

କୋଉଠୁ ଗାଆଁରୁ ଆସିଛ‌ ଚତୁରୀ

    ବୋକା ବନେଇବା ପାଇଁ।

ବଣିଆ‌ ସଙ୍ଗରେ ବହେ କଳିକଲା

    ବଣିଆ‌ ଧମକ ଦେଲା,

ଥାନାରେ ପୁରେଇ‌ ଘଣା ପେଲେଇବି

    ଲଗେଇଲେ‌ ଏଠି ପାଲା।

କ୍ରୋଧେ‌ଜରଜର‌ ହୋଇରଙ୍ଗୀ ମୋର

    ଘରେ ଯେବେ ପହଞ୍ଚିଲା‌,

ରଣଚଣ୍ଡୀ ରୂପ ଧରି ସିଏ ମୋର

    ଛାତିପରେ‌ ବସିଗଲା‌।

ମହିଷାସୁରକୁ ବଧ କଲାଭଳି

    ଲୁହା ଖରିକାକୁ‌ ଧରି,

କହିଲା‌ ତୋ ଭଳି ମିଛୁଆ ସ୍ଵାମୀକି

    ଦେବି ଏଇକ୍ଷଣି‌ ମାରି।

ଗାଆଁ ଲୋକ ଜମି ରଙ୍ଗୀ କବଳରୁ

    ମୋତେ ଯା' ଉଦ୍ଧାର କଲେ,

ସେଦିନୁଁ ମିଛୁଆ ବାପା ଡାକୁଛନ୍ତି

    ମୋତେ ତ ମୋଘରେ‌ ପିଲେ‌।

ମିଛୁଆ ବାପା ଓ ମିଛୁଆ ସ୍ଵାମୀର‌

    ପାଇଗଲି ପରିଚୟ ,

ସୁନା ଯାର‌ ନାହିଁ କୁହ ହୋ ପାଠକେ

    ସେ କ'ଣ ମଣିଷ ନୁହଁ?

ଭଲ ଗଣ୍ଡେ ଖାଇ ସ୍ତ୍ରୀ ପିଲା ଚାହିଁ

    ଖୁସିରେ ଯେ ଥାଏ ଧନୀ,

ଯେତେ ସୁନା ଥାଇ ଯଦି ଶାନ୍ତି ନାହିଁ

     ଦରିଦ୍ରରେ ତାକୁ ଗଣି‌ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy