STORYMIRROR

Chinmayee Sahoo

Abstract Tragedy

3  

Chinmayee Sahoo

Abstract Tragedy

ନାଆଁ ତ ନଥାଏ

ନାଆଁ ତ ନଥାଏ

1 min
293


ଅନନ୍ତ ସୁନୀଳ ନଭ ପରିବ୍ୟାପ୍ତ

  ଉର୍ଦ୍ଧ୍ୱ ଭାଗେ ପାଏ ଶୋଭା।

ସବୁଜ ଶ୍ୟାମଳ ଶସ୍ୟ କ୍ଷେତ ଭରା

   ଧରଣୀ ଟି ମନଲୋଭା।


ବିହଙ୍ଗମ ପୁଣି କରି ବିଚରଣ

   ଗଗନରେ ପନ୍ତି ପନ୍ତି।

ଗୋ ବତ୍ସା ସଙ୍ଗତେ ଛାଗ ବଗ ପୁଣି 

  ମେଳେ ପ୍ରାନ୍ତରେ ଚରନ୍ତି।


ଗାଆଁ ସ୍ମଶାନଟା ନୀରବ ନିଶବ୍ଦ

  କେତେ ଯେ କାହାଣୀ ବହି।

ଅଳକା ନଈଟି ବହିଯାଉଅଛି

  ତା ଧର୍ମ ଆଦରି ନେଇ।


ନଦୀବକ୍ଷ ଏବେ କୋଳାହଳ ଶୂନ୍ୟ

   ସୁବିଧା ଲୋଡନ୍ତି ସବୁ।

ତେଣୁ ତା'ଚାହିଦା କମି ତ ଗଲାଣି

   ଦିନ କାଟେ ଭାବୁଭାବୁ।


ଗାଆଁ ଆମ୍ବତୋଟା ଉଜୁଡି ଗଲାଣି

   ହେଲାଣି ତ ବୃକ୍ଷ ଶୂନ୍ୟ।

ବୃକ୍ଷ ବିନା ଛାଇ ନ ପାଆନ୍ତି କେହି

   ନାହିଁ ଆଉ ଲୋକ ପୂର୍ଣ।


 ଘଡି ଘଡି ଆନ ଦୁନିଆ ଦର୍ବାର

   ସବୁ ଲାଗେ ବିପରୀତ।

ମୋ ଗାଆଁ ଟା ସତେ ବଦଳିଯାଇଛି 

   ନ ଦିଶନ୍ତି କେଉଁ ମିତ।


ଶାଶୁଘର ଗଲେ ସାଙ୍ଗସାଥୀ ଯେତେ

   ସାଥୀ-ପ୍ରୀତି ସନ୍ଧାନରେ।

ଆଉ କି ହୁଅଇ ତାଙ୍କ ସହ ଭେଟ

   ମୋ ଗାଁଆ ଦାଣ୍ଡ ଘାଟରେ।


ଅଫେରା ସ୍ମୃତିଟା ମନକୁ ମୋ କିଆଁ 

   ଦୋହଲାଇ ଦିଏ ଏତେ।

ମୋ ଗାଆଁ ମାଟିରେ ପାଦ ଦେଉ ଦେଉ

   ମନ ଭରିଯାଏ ସତେ।


ନ ଖାଇଲା ପେଟ ପୁରି ଉଠେ ମୋର

  ମୋ ଜନ୍ମ ମାଟିକୁ ଛୁଇଁ।

ଉପରେ ସିନା ମୁଁ ନୀରବ ଅଛଇ

   ମନେ କାନ୍ଦେ କଇଁ କଇଁ।


ଝିଅ ଜନମ ଟା ପାଇଲି ମୁଁ କିଆଁ

   ସାଜିଲି ଘର କୁଣିଆ।

ଦି ଦିନକୁ ବୁଲି ଆସଇ ସିନା ମୁଁ

  ଅଧିକାର ନାହିଁ ଆହା।


ଦୁଇ କୁଳ ବନ୍ଧୁ ହୋଇ ମୁଁ ସାଜିଲି

  ଦୁହିତା ଯେ ସର୍ବହିତା।

ସର୍ବହିତ ଲାଗି ମୋ ଇଚ୍ଛା ଆକାଙ୍କ୍ଷା 

  ପାଲଟି ଗଲାଣି ପିତା।


ସେ ତିକ୍ତ ଗରଳ ପିଇ ପିଇ ଦିନେ 

  ହୋଇଯିବି ମୁହିଁ ଶେଷ।

ହେଲେ ମୋ ଗାଆଁର ମଶାଣୀ ପାଇଁକି

  ରହିଯିବ ଅବଶୋଷ।


ଜନମ ଯେଉଁଠି ଜୁଇ ଜଳେ ସେଠି

  ପୁତ୍ର ଟିଏ ହୋଇଥିଲେ।

ନାରୀ ଭାଗ୍ୟେ ନାହିଁ ସେତକ ସୁଯୋଗ

  ପର ଗୋତ୍ରୀ ହୋଇଗଲେ।


ଦୁହିତା ହୋଇ ସେ ଉତ୍ସର୍ଗ କରଇ 

   ଆନପାଇଁ ଜୀବନଟା।

ହେଲେ ଦୁଇ କୁଳେ ନାଆଁ ତା' ନ ଥାଏ

   ଛାଡିଗଲେ ସଂସାରଟା।


Rate this content
Log in

Similar oriya poem from Abstract