Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Thriller

4  

Prafulla Chandra Mishra

Thriller

ନ'ବିଭାଜିତ ଚିତ୍ର

ନ'ବିଭାଜିତ ଚିତ୍ର

1 min
221



ପ୍ରେମରେ କଳଙ୍କ ସ୍ଵଂୟ ଚକ୍ରଧର

ବୃନ୍ଦା ଦେବୀ ଅଭିଶାପରେ ପଥର

ହେବା ହୋଇଛି ଆଦୃତ

ପ୍ରେମରେ କଳଙ୍କ ଗୌତମ ଅହଲ୍ୟା

ରାମାୟଣ ରେ ଖୋଦିତ, ୟେ ଚିତ୍ର ।।


ପ୍ରେମରେ କରଙ୍କ ବୋଳା ମଘବାନ

ସହସ୍ର ଯୋନିର ଚିତ୍ରର ଭୂଷଣ 

ଚନ୍ଦ୍ରଙ୍କ ପ୍ରେମେ କଳଙ୍କ

ପକ୍ଷେ ବଢି ପକ୍ଷେ କ୍ଷୟ ହୁଏ ଯାହା

ପ୍ରତ୍ୟକ୍ଷ ହୁଏ ବିଦିତ, ୟେ ଚିତ୍ର ।।


ଶଠ ପ୍ରେମ ନଟ ନାଗର ଗୋପରେ

ବୃଷଭାନୁ ଜେମା କଳଙ୍କିତ ହେଲେ

ପ୍ରେମେ ଏହି କଳଙ୍କିତ

ଅଧ୍ୟାୟ ରହିଛି ରହିଥିବ ତାହା

ଇତିହାସ ରେ ଖୋଦିତ, ୟେ ଚିତ୍ର ।।


ଆଜିର ସମାଜ ପ୍ରତାରଣା ଛଳେ

ପ୍ରେମ ଜାଲ ଫାସେ ଜୀବନ ହତାଶେ

ହୀନ କର୍ମେ ହୁଏ ଲିପ୍ତ 

ପ୍ରେମେ ପ୍ରତାରଣା କଳଙ୍କ ବୋଳିଲା

ଏହା କି ହେବ ବିଦିତ, ୟେ ଚିତ୍ର ।।


ବୃନ୍ଦାବତୀ ଅଭିଶାପରେ ପଥର

କରିବା ପାଇଁକି ଜଗତ ମଙ୍ଗଳ

ଶାଳଗ୍ରାମେ ବିଭାସିତ 

ଅପୂର୍ବ ୟେ ପ୍ରେମ ନିସଙ୍ଗ ମିଳନ

ଅଛେଦ୍ୟ ନ’ବିଭାଜିତ, ୟେ ଚିତ୍ର ।।



Rate this content
Log in

Similar oriya poem from Thriller