STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

କାଳଜୟୀ

କାଳଜୟୀ

1 min
2


ଜୀବନ ଅନେକ ସଂଜ୍ଞା ସମାହାର

ଆଶାର ପସରା ଭରା ଭରା

ଗତଆନୁଗତିକ ଭାବଧାରା

 ପ୍ରଚଳିତ ରୀତି ନୀତି କାନ୍ତି

ବିଚଳିତ କରେନା 

ଓଁ ଆକାଶ ସାରା

ସମୁଦ୍ରେ ଢେଉ ଭରା ଭରା

ପ୍ରକୃତି ଭିତରେ ଜୀବନ ସତ୍ତା

ନଦୀ ହ୍ରଦ ପାହାଡ଼ ପବନ ବା ବତା

ସବୁ ଅଛି କିଛି ନାହିଁ

ବୁଜି ଦେଲେ ଆଖିପତ୍ତା

ବଞ୍ଚିବା କଳା ଆପଣେଇ

ଖୋଲା ହସ ହସିଦେଇ

ଜୀବନର ସ୍ୱାଦରେ ଆକତାମାକତା

କାହିଁକି ନୀରବ ଆଉ

ନିର୍ଜ୍ଜନ ଦୀପରେ ଜୀବନର ମାନେ କାହିଁ

ଯଦି ନାହିଁ ବନ୍ଧୁ ଭାଇ ସଖା ସହୋଦର କେହି

ଜୀବନର ସଂଜ୍ଞା ଦେଖ ଯାଉଛି ଦୂରେଇ

ପ୍ରତିକୂଳ ବାତାବରଣରେ ଧକ୍କା ଖାଇ ଖାଇ

ଚାଲ ମିଶି ଆଣିବା ଫେରାଇ

ଜୀବନ ଦୁଇଦିନ ଆଜି ଅଛି କାଲି ନାହିଁ

ରାଗ ରୁଷା ଅଭିମାନ ପଛକୁ ପକାଇ

ଖୋଲା ହସ ହସିଦେଲେ

ହୃଦଘାତ ଜମା ନାଇଁ

ଅଧିକ କିଛି ଆତ୍ମଗୋପନ ଅନୁଚିନ୍ତନ

ଆଉ କଣ ପାଇଁ

 ଫକୀର ମୋହନ ସେନାପତିଙ୍କ ପରି

ରେବତୀର ନୂତନ ସଂସ୍କରଣ

ଲେଖିଦେଇ କାଲଜୟୀ ହେବା ପାଇଁ

ଭାବୁଥାଅ କେହି

ଖୋଲା ହସ ଝରିଯିବ ଓଠରୁ ଓଠକୁ

ଅମୃତ ପିଇ ପିଇ

ଜୀବନର ମାନେ କେତେ ସୁନ୍ଦର ବୁଝିଥିଲେ ସେହି

ଦୁଃଖ ନୈରାଶ୍ୟ ଯନ୍ତ୍ରଣା ଭିତର ସୃଷ୍ଟି

ବୋଧହୁଏ କାଳଜୟୀ ।


Rate this content
Log in

Similar oriya poem from Action