STORYMIRROR

Sunanda Mohanty

Romance Fantasy Thriller

3  

Sunanda Mohanty

Romance Fantasy Thriller

ପ୍ରେମ ଫରୁଆ

ପ୍ରେମ ଫରୁଆ

1 min
4


ଏ ଚଲାବାଟେ ଫୁଲ ଗୋଟେ କଣ୍ଟା ଗୋଟେ

ପ୍ରେମର ଗୋଲାପ ଫୁଟିଲେ କଣ୍ଟାର ଛାଟେ

କ୍ଷତାକ୍ତ ମନ ଭାଙ୍ଗେ ହୃଦୟ ଗୋଟେ ଗୋଟେ

ଲୁଚାଇବି କାହିଁ ପ୍ରେମ ହୋଇଥିଲା ଦୁଇ ଦିନ ପାଇଁ

ନିଆରା ସେ ପଥ ଖସଡା ରାସ୍ତାରେ ରକ୍ତ ଛୁଟେ

ରକ୍ତର ରଙ୍ଗ ନାଲି ଅବା କଳା ବୁଝେନା ଆଖି ପଟେ

ମନ ହଲଚଲ ଚଳାପଥ ରଞ୍ଜିତ ଛଟା ଛାଟେ 

ସାମାଜିକତା ଉର୍ଦ୍ଧରେ ମନ ପ୍ରଜାପତି ଲୁଟେ

ମନାନ୍ତର ମତାନ୍ତର ଛୁଟେ

ପ୍ରେମ କଥା ଗାଁ ଗାଧୁଆ ତୁଠେ

କେତେ ଯୋଡିନାଗରା ବାଜି ଉଠେ

କିଏ କହେ ଶୁଖିଲା କାଠେ କିବା ଛତୁ ଫୁଟେ

କିଏ କହେ ଯାଇ ରଗଡି ସୋରିଷ ବାଟେ

ପ୍ରେମ ନିଆଁଲଗା ଉମ୍ହେଇ ଜାଳୁଛି ତୁଠେ

ପଦ୍ମ ଫୁଲ ଭିତରେ କଳାଭଅଁର ଲୁଟେ

ଯାହା କୁହ ପ୍ରେମ ଅମୃତ କୈବଲ୍ୟ ମୁଠେ

ଅସରା ପସରା ନିର୍ମାଲ୍ୟ ବାସ୍ନା ପେଟେ

ପ୍ରେମ ଦୁର୍ବାଦଳ ଶ୍ୟାମଳ ଅଙ୍ଗରେ ଲାଲିମା ଫୁଟେ

ଲୁଚାଇବା କାହିଁ ପ୍ରେମରେ ଜିଇଁ ମରିବାକୁ ପାଠେ

ମନ୍ଦିର ନେତର ଓଁରେ କେବେ ବାଟେଘାଟେ ।


Rate this content
Log in

Similar oriya poem from Romance