STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ନୂଆ ବରଷର ଅଭିନନ୍ଦନ

ନୂଆ ବରଷର ଅଭିନନ୍ଦନ

1 min
116


ଟିକେ ଆଶା ଓ ମୁଠେ ସପନ

 ନୂଆ ସକାଳ ଦିଅ ନୂଆ ଜୀବନ

ମନେ ଭରି ଶୁଭେଚ୍ଛା ସମ୍ବେଦନ

ପୁରୁଣା ସ୍ମୃତିର ଶିକ୍ଷା ଦୀକ୍ଷା

ଆଗକୁ କରୁ ସଚେତନ

ଅଭିନନ୍ଦନ ନବବର୍ଷ ଅଭିନନ୍ଦନ

ମହକୁ କସ୍ତୁରୀ ଚନ୍ଦନ

ନବରାଗ ସଙ୍ଗେ ସତ୍ୟ ସନାତନ

ନବଗୁଞ୍ଜରେ ଚେତନା ଚୈତନ୍ୟ

ମନ ବୃନ୍ଦାବନେ ସାରସତ୍ତ୍ୱ ଚେତନ

ଅଭିନନ୍ଦନ ନବବର୍ଷ ଅଭିନନ୍ଦନ

ସଂଯୋଗୀ ସଜଫୁଲ ଆଶ୍ଵାଦନ

ନିବେଦନର ମାଗୁଣି ଉପସ୍ଥାପନ

ରାଗ ରୋଷ ହିଂସା ଦ୍ୱେଷ ଅହଙ୍କାର

ମିଥ୍ୟା ପ୍ରତିଶ୍ରୁତି ପ୍ରତାରଣା ଦି ଦିନର

ଆଉ ନଆସୁ ଜୀବନେ ସୁନାମୀ

ଭୂମିକମ୍ପ କରୋନା ବାତାବରଣ

ଲଗାଇବୁ ଗଛ ପରିବେଶ ରଖି ସ୍ୱଚ୍ଛ

ହସି ହସାଇ ମନ ଉପବନ ଶ୍ୟାମଘନ

ଅଭିନନ୍ଦନ ତୁମକୁ ନବବର୍ଷ ଅଭିନନ୍ଦନ

ଅଢେଇ ଦିନ ଏ ଜୀବନେ

ଭରିଦେଇ ଶାଶ୍ୱତ ଚେତନା ଚୈତନ୍ୟ

ଜୀବନର ପୂର୍ଣ୍ଣକୁମ୍ଭ ପରିପୂର୍ଣ୍ଣ

ନବବର୍ଷ ନବରାଗେ ଭରି ଉନ୍ମାଦନା

କରପଲ୍ଲବେ କୁସୁମ ଘେନି ନିବେଦନ

ଦୁଃଖ କଷ୍ଟ ଯାଉ ଚାଲି

ଶିଶୁ ହସୁ ଖିଲିଖିଲି

ଫୁଲ ଫୁଟୁ ନାଲି ନାଲି

ନଈ ଚହଲି ଆକାଶ ଉଠୁ ଫୁଲି

ନବବର୍ଷକୁ କରିବାକୁ ବାଟବରଣ

ଅଭିନନ୍ଦନ ତୁମକୁ ଅଭିନନ୍ଦନ ।


Rate this content
Log in

Similar oriya poem from Action