STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ସ୍ଥିର ସମୟ

ସ୍ଥିର ସମୟ

1 min
3

ସମୟର ଗତି ସ୍ଥିର କି ଅସ୍ଥିର

ମଣିଷ ଆଜି ଅଛି କାଲି ନାହିଁ

ସମୟ ଅସ୍ଥିର ହେଲେ ଆସନ୍ତାକି

ଅକ୍ଟୋବର ପରେ ନଭେମ୍ବର ତହିଁ

ସମୟ ସ୍ଥିର ସୂର୍ଯ୍ୟଙ୍କ ସମ

କାଳଚକ୍ର ଘୁରୁଥାଇ

ସମୟ ସାଥିରେ ସାଲିସ ନାଲିସ

ଘଟଣା ଦୁର୍ଘଟଣା ଆସୁଥାଇ

ଆଜି କଥା ରହେନାହିଁ କାଲିକୁ

ଏବେ କଥା ଆଉ ଟିକେ ପରେ କାହିଁ

ସମୟ ରହିଛି ମଣିଷ କରୁଛି

ଲୀଳାଖେଳା ଯାହା ଲେଖିଛି ବିହି

ଆୟୁଷ ସରୁଛି ସମୟ ସରୁନି

ଅନ୍ୟ କାରେ ଆଗକୁ ନେବା ପାଇଁ

କର୍ମ ସରିବ ଶ୍ରମ ସରିବ

ସମୟ ଦେବ ଫଳ ରହି

କିଏ କାହା ବାଟେ ଆସୁଛି ଯାଉଛି

ଠିକଣା ଖୋଜୁଛି କେହି

ସମୟ ସାଥିରେ ଚୁକ୍ତି କରି ଧରା

ଆକାଶକୁ ଦିଏ ଚାହିଁ

ମଣିଷ କରିଛି ନାମକରଣ

ସମୟକୁ ବାଣ୍ଟି ଦେଇ

ସମୟ ସ୍ଥିର ମଣିଷ ଭାଗ୍ୟ ଲିଖନ

ସରିଯିବ କେବେ ସେ ଜାଣେ ନାହିଁ ।


Rate this content
Log in

Similar oriya poem from Abstract