ଗହଣା
ଗହଣା
ଭକ୍ତିର ଗହଣା ପିନ୍ଧି ପାଇଛି କିଏ ମୁକ୍ତି
ଉକ୍ତିର ଗହଣା ପିନ୍ଧି ସାହିତ୍ୟ ସାରଥୀ
ଶବ୍ଦର ଗହଣା ପିନ୍ଧି କବିତାର କେତେ ପଂକ୍ତି
କଥାର ମଧୁରତାର ଗହଣା
କରିବ କିଏବା କଳନା
ମାପିବାକୁ ତା ଉଚିତ ପାଉଣା
କେବଳ ଜଗନ୍ନାଥଙ୍କୁ ଜଣା କେତେ କରୁଣା
ମମତାର ଗହଣା ନାଇ ମା
ସ୍ନେହର ଗହଣା ପିନ୍ଧି ଭାଉଜ ନଣନ୍ଦ ଯାଆ
ପ୍ରୀତିର ଗହଣା ମାଗେ ଠିକଣା
ପରଦେଶୀ ପ୍ରିୟ ବନ୍ଧୁ ଘର ତା କେଉଁ ଗାଁ
ପଶୁର ଗହଣା ତା ନିରୀହ ଆଖି ଦୁଇଟି
ଶିଶୁର ଗହଣା ଠୁକୁ ଠୁକୁ ଚାଲି କଥା ଦରୋଟି
ଗହଣା ଦିଏ ମାନ ସମ୍ମାନ ପ୍ରତିଷ୍ଠା
ସୁନା ରୁପା ହୀରା ମୋତି ମାଣିକ ଠୁ ମିଠା
ଭାଷା ଆଞ୍ଚଳିକର ମହତ୍ତ୍ୱ
ସାହିତ୍ୟର ସାର୍ବଭୌମତ୍ତ୍ୱ
ପଦିଏ ମିଠା କଥା ମନ ହୁଏ ବିକା କିଣା
ଅଢେଇ ଦିନର ଜୀବନେ ଖୁସିର ଠିକଣା
ବାପା ବଡେଇ କରନ୍ତିନି କେବେ
ମାଆ ହସିଦିଏ ଶ୍ରମର ବିଶ୍ରାମ ଭାବେ
ସୂର୍ଯ୍ୟ ବି ଭିଟାମିନ ଡି ଦେଇ
ଚନ୍ଦ୍ର ଶୀତଳତା ଭାରେ ଭରି ଦେଇ
ଗଛ ଦିଏ ଛାଇ ପକ୍ଷୀ କୁଜ୍ଜନ ଦିଏ କହି
ଝରଣାର ମିଠା ପାଣି ପରି
ନଈର ସୁଅ ଉଛୁଳେ ଯେପରି
ସମୁଦ୍ର ଧୋଇନିଏ ଅସ୍ୱଚ୍ଛ ସବୁରି
ନାଆ କରେ ଏମୁଣ୍ଡୁ ସେମୁଣ୍ଡକୁ ପାରି
ନାଉରୀର ଗୀତ ମାଗୁଣି ଶାଗଡ଼ି ଶୀତ
କୁଆଡେ ଗଲା ସେ ଗହଣା ଲାଗେ କାଲି ପରି
ଆସିବ ସବୁ ଫେରି କୁହୁ ପରି ମହୁ ବୋଳି
କଥା ପଦେ କହିଦେଲେ ଦିନ ଯିବ ସରି ।