STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
181


ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର

ସୁପୁତ୍ର ଭାଗିରଥ

ଉତ୍କଳ ଗୌରବ ମଧୁସୂଦନ

ତଵ ପଦେ ପ୍ରଣିପାତ ll

କର୍ମଭୂମି ଶୈଳବାଳା ମହାବିଦ୍ୟାଳୟ

ମଧୁବାବୁଙ୍କ ଚେଷ୍ଟା ଚରିତ୍ର

ତୁମ ସମର୍ପଣ ଭାବ ପିଲାଦିନୁ

ଗାଁ ଚାହାଳୀର ସୁଯୋଗ୍ୟ ଛାତ୍ର ll

ସମତୁଲ କରି ଗାଁ ରାସ୍ତା ସାଥିମେଳେ

ବାଲ୍ୟକାଳୁ କଲ ଚମତ୍କୃତ

ମହିଳାସଶକ୍ତିକରଣର ଆଦ୍ୟସ୍ୱର

ଆଜିବି ଓଡ଼ିଆଙ୍କ ପ୍ରାଣେ ଝଙ୍କୁରିତ ll

ଓଡିଶା ନବ ନିର୍ମାଣେ ବାରିଷ୍ଟର ମଧୁବାବୁ

ପ୍ରାଣେ ପ୍ରାଣେ ଉଜ୍ଜୀବିତ

ଓଡ଼ିଆ ଜନ ଜୀବନର କିମ୍ବଦନ୍ତୀ ପୁରୁଷ

ଓଡିଶା ମାଆ ପାଇଁ ସମର୍ପିତ ll

ତଵ ଦୁରଦୃଷ୍ଟି ଅତୁଳନୀୟ ନେତୃତ୍ୱ

ବାସ୍ତବତାର ରୁପାୟିତ

ଆମେ ହେବୁ କୁଳବୃଦ୍ଧଙ୍କ ଉତ୍ତର ଦାୟାଦ

ଏକ ସ୍ଵରେ ରଖି ଅଭିମତ

ଓଡିଶାର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣରୁ

ହୁଅ ସର୍ବେ ଏକତ୍ରିତ ll

ଓଡ଼ିଆ ଅସ୍ମିତା ଓଡ଼ିଆ ବାଗ୍ମୀତା

ହେବ ନାହିଁ ଭୁଲୁଣ୍ଠିତ

ଉତ୍କଳଗୌରବ ମଧୁସୂଦନଙ୍କ ମାଟିମନସ୍କତା

ମଧୁବାବୁଙ୍କ ଚେଷ୍ଟା ଚରିତ୍ର ll

ଉତ୍କଳ ସମ୍ମିଳନୀ ଏନ୍ତୁଡ଼ିଶାଳ ଇଦଗା ପଡିଆ

ଶ୍ରଦ୍ଧାଞ୍ଜଳି ସମ୍ମାନ ଶାଶ୍ୱତ 

ତଵ ସମାଧି ଗୋରା କବରରେ

ମଧୁବାବୁଙ୍କ ଜ୍ୟୋତିକୁ କରି ସ୍ୱାଗତ ll


Rate this content
Log in

Similar oriya poem from Abstract