STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଶଙ୍ଖା ସିନ୍ଦୁର

ଶଙ୍ଖା ସିନ୍ଦୁର

1 min
189


ଟୋପାଏ ସିନ୍ଦୁର ଦୁଇପଟ ଶଙ୍ଖା

କାହାକୁ କରେ ନିଜର

କିଏ ହୁଏ ସାତପର

ସୌନ୍ଦର୍ଯ୍ୟ କିନ୍ତୁ ନାରୀର

ଓଡ଼ିଆ ସଂସ୍କୃତି ଓଡ଼ିଆ ପରମ୍ପରା

ଝିଅ କରେ ଆପଣାର

ସ୍ମୃତି ସବୁ ପେଡି ପୁଟୁଳି ବାନ୍ଧି

ପରକୁ ଆପଣାର ରଜ୍ଜୁରେ ବାନ୍ଧି

ହୋଇଯାଏ ଏମିତି ଛନ୍ଦି

ମନେ ପଡନ୍ତି ବାପା ଓ ମାଆ

ଝିଅ ବାହୁଥାଏ ସଂସାର ନାଆ

କେବଳ ସିନ୍ଦୁର ସାକ୍ଷୀ

ନୁହେଁ ଝିଅ ଉଡ଼ା ପକ୍ଷୀ

ଭାବେନା ପକ୍ଷୀ ବନ୍ଦିନୀ

ଥିଲା କା ରାଜଜେମା ନନ୍ଦିନୀ

ସଂସାର ସିନ୍ଧୁନୀରେ

କାତ ବୋହୁଥାଏ ଧୀରେ

ସିନ୍ଥିର ସିନ୍ଦୁର ଗାର

ଭାରି ତାର ଆପଣାର

ସାତ ସମୁଦ୍ର ତେର ନଈ ଛୁଇଁ

ଆଶା ଅସୁମାରୀ ପଛକୁ ପକାଇ

ସଂସାର ତଲେଇ ବାହି

ଡାକେ ରଖ ଜଗନ୍ନାଥ କାଲିଜାଇ

ଥିଲି ଝିଅ ହେଲି ବୋହୁ

ତୁମ କରୁଣାର ସିନ୍ଦୁର ନାଇ

ରଖ ମହାବାହୁ ଦୀନବନ୍ଧୁ

ଚକାଆଖି କଳାଗୋସେଇଁ

ମଥାରେ ମୋ ସିନ୍ଦୁର ଝଟକୁ ରହି

ସାଥିରେ ଶଙ୍ଖା ଦିପଟ ଥାଇ ।


Rate this content
Log in

Similar oriya poem from Classics