କୃଷ୍ଣଚୂଡ଼ା ଡାକେ ହାତ ଠାରି
କୃଷ୍ଣଚୂଡ଼ା ଡାକେ ହାତ ଠାରି
ରଙ୍ଗ ନାଲି ନାଲି ଅବୀର କି ହୋଲି
ଝୁଲି ଝୁଲି କୃଷ୍ଣଚୂଡ଼ା ଫୁଟେ ମଖମଲ୍ଲୀ
ଏଡ଼େ ରୂପବତୀ କିଏ କଲା ତତେ ଏତେ
ଗ୍ରୀଷ୍ମର ନିଦାଘ ଯାଏ ହଲି ହଲି ଚାଲି
କୃଷ୍ଣଚୂଡ଼ା ହସୁ ଫୁଲେ ଦୋହଲି
ମନେ ପଡେ ଗାଁ ନଈ ପଠା
ଝରିପଡି କହୁ ଉଠା ଉଠା
ତୁଳସୀ ମୂଳରେ ସଞ୍ଜ ସକାଳେ
ମାଆ ଧୁପ ସାଥେ ଦିଏ କୃଷ୍ଣଚୂଡ଼ା ଅଠା
ଗଙ୍ଗା ମାତା ସେତ ସବୁଙ୍କର
ପାତର ଅନ୍ତର ଭେଦ ଭାବ କରି ଦୂର
ଡାକୁଥାନ୍ତି ହାତ ଠାରି ଆ କୃଷ୍ଣଚୂଡ଼ା
ଦେଖିଯିବୁ କୂଳେ ରାଧାଚୂଡ଼ା ଜୁଡ଼ା
ତୋ ରଙ୍ଗରେ ନାଲି ଉଠିଛି ଫୁଲି
ନିଦାଘରେ କହେ ମହୁଲି ପିଇବ ବୋଲି
ଗ୍ରୀଷ୍ମର ଦାଉ ସବୁ ତୁ ନେଉ କାହିଁ ସେ ଭାଉ
କେ ଦେଖାଇବ ଦେଖାଉ
ଗ୍ରୀଷ୍ମ ଆକାଶର ସୂର୍ଯ୍ୟ ନିଦାଘ ଶେଷ ଉଷ୍ମ
ସଭିଏଁ ଖୋଜନ୍ତି ସ୍ପର୍ଶ
କୃଷ୍ଣଚୂଡ଼ା ତୋ କୁହୁକ ବେଶ ପରସ
ଗ୍ରୀଷ୍ମର ନିଦାଘ କାଳରେ ଅମୃତ ପିୟୁଷ
ଛଇଳି ଛାବେଲି ଏଡ଼େ ରଙ୍ଗ ନାଲି
ବାଟୋଇ ଘଡିଏ ଚାହେଁ ବୁଲି ବୁଲି
ଗଛ ତଳେ ବସେ ତୋରି ପରଶେ
ହସିବ ନିଦାଘ ଗ୍ରୀଷ୍ମରେ ଟୋପାଟେ ବୋଲି ।