STORYMIRROR

Sunanda Mohanty

Action Thriller Others

3  

Sunanda Mohanty

Action Thriller Others

ଗାଁ ମାଟି

ଗାଁ ମାଟି

1 min
14


ମୋ ଜନମ ଷଠିଘର ଥାଉ ପଛେ ଯେଉଁଠି

ଝିଅ ଥିଲି ହେଲି ବୋହୁ ଗାଁ ମୋର ଏଇଠି

ସଵାରୀ ଉଠିଲା ଯେବେ ବାପା କହିଲେ କାନେ 

ଝିଅ ଜନମ ପର ଘରକୁ ଭୁଲିଯିବୁନି ଦିନେ

ବୋଉ ମୋର ଲୁହେ ଆଖି ଝର ଝର କହିଲା

ଯୋଉଠିକି ଯାଆ ମାଆ ଘର ଲାଗୁ ପୁରିଲା

ମୋ ଝିଅକୁ ଦେଇଛି ଯେତେ ସଂଠଣା

ସେଇ ପଥେ ଚାଲି ସାଥେ ଖୋଜିବୁ ମାଆ ଠିକଣା

ଜଣା ଶୁଣା ପର ହେଲେ ପର ହେଲେ ଆପଣା

ସୁଆଦିଆ ଖାଦ୍ୟ ରାନ୍ଧଣା ଓ ଘରକରଣା

ମାଆ ହେଲା ପରେ ନାରୀ ପାଏ ଯେଉଁ ପାଉଣା

ସଂସାରେ ସଂସାରୀ ହୋଇ ମାଟି ମାଆ ତା ଆପଣା

ମାଟି ଘର ମାଟି କାନ୍ଥେ କେତେ କେତେ ମାଜଣା

ସେଇ ମାଟି ଫଳାଏ ସୁନା ଧାନ ଶଶ୍ୟ ଗହଣା

ମାଟି ମାଆ ଦେଇଥାଏ ଫୁଲ ଫଳ ପାଣି ଝରଣା

ମାଟି କଥା ବୁଝିଗଲେ ହେବନି ବାଟବଣା

ମାଟି ମାଆ ରଖି ନାଁ ସଜାଇ ଘର ଅଗଣା

ସ୍ବର୍ଗପୁରୀ ମୋ ଗାଁ ମାଟି କରି ତାର ବନ୍ଦନା

ମାଟିରୁ ଆସିଛି ମଣିଷ ମାଟି ମାଆ ତା ଝୁଲଣା

ମାଟି ସଂସ୍ପର୍ଶରେ ଆସି ମଣିଷରେ ହେବା ଗଣା

ମଣିଷପଣିଆ ଜାଗେ ମାନବିକତା ଗାଉଣା

ଆସୁରିକଶକ୍ତି ନାଶି ମାଟିମାଆ କୋଳେ ଖେଳେ ଖୁଲଣା

ମାଆ ଆଉ ମାଟିମାଆ ଦେବକୀ ଯଶୋଦା ପରି ମାଆ

ଚାଲ ଯିବା ଗାଁ ଘରେ ଶୁଝିବାକୁ କରୁଣା

ମାଟି ମୁଲ କେ ବୁଝିବ ଅମୁଲ ମୁଲ ପାଉଣା ।


Rate this content
Log in

Similar oriya poem from Action