ଗାଁ ମାଟି
ଗାଁ ମାଟି
ମୋ ଜନମ ଷଠିଘର ଥାଉ ପଛେ ଯେଉଁଠି
ଝିଅ ଥିଲି ହେଲି ବୋହୁ ଗାଁ ମୋର ଏଇଠି
ସଵାରୀ ଉଠିଲା ଯେବେ ବାପା କହିଲେ କାନେ
ଝିଅ ଜନମ ପର ଘରକୁ ଭୁଲିଯିବୁନି ଦିନେ
ବୋଉ ମୋର ଲୁହେ ଆଖି ଝର ଝର କହିଲା
ଯୋଉଠିକି ଯାଆ ମାଆ ଘର ଲାଗୁ ପୁରିଲା
ମୋ ଝିଅକୁ ଦେଇଛି ଯେତେ ସଂଠଣା
ସେଇ ପଥେ ଚାଲି ସାଥେ ଖୋଜିବୁ ମାଆ ଠିକଣା
ଜଣା ଶୁଣା ପର ହେଲେ ପର ହେଲେ ଆପଣା
ସୁଆଦିଆ ଖାଦ୍ୟ ରାନ୍ଧଣା ଓ ଘରକରଣା
ମାଆ ହେଲା ପରେ ନାରୀ ପାଏ ଯେଉଁ ପାଉଣା
ସଂସାରେ ସଂସାରୀ ହୋଇ ମାଟି ମାଆ ତା ଆପଣା
ମାଟି ଘର ମାଟି କାନ୍ଥେ କେତେ କେତେ ମାଜଣା
ସେଇ ମାଟି ଫଳାଏ ସୁନା ଧାନ ଶଶ୍ୟ ଗହଣା
ମାଟି ମାଆ ଦେଇଥାଏ ଫୁଲ ଫଳ ପାଣି ଝରଣା
ମାଟି କଥା ବୁଝିଗଲେ ହେବନି ବାଟବଣା
ମାଟି ମାଆ ରଖି ନାଁ ସଜାଇ ଘର ଅଗଣା
ସ୍ବର୍ଗପୁରୀ ମୋ ଗାଁ ମାଟି କରି ତାର ବନ୍ଦନା
ମାଟିରୁ ଆସିଛି ମଣିଷ ମାଟି ମାଆ ତା ଝୁଲଣା
ମାଟି ସଂସ୍ପର୍ଶରେ ଆସି ମଣିଷରେ ହେବା ଗଣା
ମଣିଷପଣିଆ ଜାଗେ ମାନବିକତା ଗାଉଣା
ଆସୁରିକଶକ୍ତି ନାଶି ମାଟିମାଆ କୋଳେ ଖେଳେ ଖୁଲଣା
ମାଆ ଆଉ ମାଟିମାଆ ଦେବକୀ ଯଶୋଦା ପରି ମାଆ
ଚାଲ ଯିବା ଗାଁ ଘରେ ଶୁଝିବାକୁ କରୁଣା
ମାଟି ମୁଲ କେ ବୁଝିବ ଅମୁଲ ମୁଲ ପାଉଣା ।