ମୃତ୍ୟୁ
ମୃତ୍ୟୁ
ସମସ୍ତେ ସେଇ ଧାଡ଼ିରେ
ଡାକ୍ତର କହୁଛି ମୁଁ ଅଛିନା
ନିରୋଗୀ କହୁଛି ବିଚରା
ଚାଲିଗଲା କରି ଛଳନା
ଡାକ୍ତର ମଣିଷ ଭାବେନା
ତଳ ବରଡ଼ା ଖସୁଛି
ଉପର ବରଡ଼ା ହସୁଛି
ମଝି ବରଡ଼ା ଥାଇ କହୁଛି
ତା ବେଳ କାଳ ଆସୁଛି
ମାୟା ବି ଅନେକ
ମୋହ କରେ ଭାରାକ୍ରାନ୍ତ
ଅନ୍ୟର ସୁଖ ନିଜର ଦୁଃଖ
ସବୁ କିଛି ଗତାନୁଗତିକ
କେବଳ ସମର୍ପଣ ଭାବ
ଛାଡିଗଲା ବେଳେ ଜୀବ
ତୁଣ୍ଡେ ଥିବ ହରିନାମ ଜପ
ଶାନ୍ତି ପ୍ରୀତି ମୈତ୍ରୀ ତପ
ମୁକ୍ତି ପାଉ ବା ନପାଉ ନିଷ୍ପାପ
ଅଭିଯୋଗ ରାଗ ରୋଗ ଭୋଗ
ଅଢେଇ ଦିନିଆ ସଦଦ୍ଭାବ
କେବଳ ଜଗନ୍ନାଥଙ୍କ ସହ ଲିପ୍ତ
ପ୍ରାପ୍ତି ଓ ତୃପ୍ତିରେ ନିସ୍କୃତି ଅତ୍ୟନ୍ତ
ରଖ ଦୀନବନ୍ଧୁ ବଢ଼ାଇ ଶଙ୍ଖ ଚକ୍ର
ଗଦା ପଦ୍ମ ଚାରି ସହସ୍ର ହସ୍ତ
ମୃତ୍ୟୁକୁ ଏଡ଼େଇବାକୁ ତୁମେ ହିଁ ସମର୍ଥ
ହସି କୁହନ୍ତି ବନମାଳୀ ମାର ତାଳି ଉଠା ଥାଳି
ମୃତ୍ୟୁ ନିଶ୍ଚିନ୍ତ ଅନାହୁତ
ଭକ୍ତି ଭାବ ସମର୍ପଣରେ ଘୁଞ୍ଚିବ କିଞ୍ଚିତ ।