STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

କବିତା

କବିତା

1 min
4


କେବେ ଦୁଇଧାଡି କେବେ ଅଢେଇ

ଶବ୍ଦ ଚାତୁରୀରେ ବତୁରି ବତୁରି

ଲେଖେ କିଏ ଶବ୍ଦ ସବୁକୁ କବିତାରେ

ଛୁପା ଛୁପି ଚୋରୀ ଚୋରୀ

ବାସ୍ନା ତାର ବାର୍ତ୍ତା ଭରି ପ୍ରେମ ଆବୋରି 

କବିତା ଦି ଧାଡି ଦୁଇ ନୟନେ

ଜଗା ରଖିଛନ୍ତି ବିସ୍ମୟ ଭାରରେ ଭରି

ସେଇ ଦୁଇ ଆଖି ଦିଏ ପରା ଡାକି

ଶବ୍ଦ ପାହାଡ଼ ଉହାଡୁ ଆଞ୍ଜୁଳେ ଭରି

କରୁଣାର ଗାଥା ଜୀବନ ସଳିତା ଭକ୍ତି ଚିନ୍ତା

ମନ ହୃଦୟରେ ରହେ ଘର କରି

ସ୍ତମ୍ଭରେ ନୃସିଂହ କାନ୍ଥରେ ଗଣେଷ ମା ଲଷ୍ମୀ 

ଜଗନ୍ନାଥ ଚତୁର୍ଦ୍ଧା ହସନ୍ତି ଆଖି ମାରି

ରଥରେ ବସି ପଥରେ ହସି କହନ୍ତି

ଦଉଡି ଭିଡୁଥା ହାତେ ଧରି

ସେହି ଦଉଡି କବିତା ପଂକ୍ତିଟେ ପରି

ଅସାର ଜୀବନେ ଆଶାର ସଳିତା ଜଳେ

କବିତାର ଶବ୍ଦ ଦିହୁଡି ପରି

ଶବ୍ଦ ସରିଗଲେ ଭାବର ଭବରୁ

କବିତା କେମିତି ପାରେ ଉତୁରି

ସେହି ଚକା ଆଖି ତାଙ୍କ ନୀତି କାନ୍ତି ପଂକ୍ତି

ସବୁଠି କବିତା ରହିଛି ଭରି

ବିସ୍ମୟ ମଧ୍ୟରେ ଚତୁର୍ଦ୍ଧା ମୂରତି ଦିଶନ୍ତି

ଭକ୍ତସବୁଙ୍କୁ କବିତା ପରି

କେତେ ଲୀଳାଖେଳା ଭିତରେ କବିତା

ଏକକିତା ଯୁଗାବ୍ଦ ପାଞ୍ଜିଟେ ପରି ।


Rate this content
Log in

Similar oriya poem from Abstract